fbpx
BJD SKY
BJD SKY

ଥରେ ନୁହେଁ କି ଦୁଇଥର ନୁହେଁ ପ୍ରାୟ ୨୦୦ ଥର ନିଖୋଜ ହେଲାଣି ଏକ ଶିଶୁ, ଜାଣନ୍ତୁ ରହସ୍ୟ

BJD

ଲଣ୍ଡନ: ଆପଣ ମାନେ ସାଧାରଣତଃ ଶୁଣିଥିବେ ଯେ, କୌଣସି ଶିଶୁ ହେଉକି ଅଧିକ ବୟସର ବ୍ୟକ୍ତି ଥରେ କିମ୍ବା ବେଶି ହେଲେ ଦୁଇଥର ନିଖୋଜ ହୁଅନ୍ତି । ହେଲେ ୟୁକେରୁ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୟୁକେରେ ଗୋଟିଏ ଶିଶୁ ଥରେ ନୁହେଁ କି ଦୁଇଥର ନୁହେଁ ପାଖାପାଖି ୨୦୦ ଥର ନିଖୋଜ ହୋଇଈଥିବା ଜଣାପଡିଛି । ଯାହା ପଛର କାରଣ ଆପଣଙ୍କୁ ନିଶ୍ଚିତ ରୂପେ ଚକିତ କରିଦେଇପାରେ । ତାହା କହିବା ଆଗରୁ ଜାଣିଥାନ୍ତୁ ଯେ, ୟୁକେରେ ୫୬ହଜାର ୪୭୯ ଜଣ ଶିଶୁ ନିଖୋଜ ଅଛନ୍ତି । ସେମାନଙ୍କ ଯୌନ ଉତ୍ପୀଡନ ହୋଇଥିବା ଆଶଙ୍କା କରାଯାଉଛି । ଏମାନଙ୍କ ମଧ୍ୟରେ ୧୧ ରୁ ୧୫ ବର୍ଷର ଶିଶୁ ରହିଛନ୍ତି ।

ଦ ସନ୍ ପତ୍ରିକାରେ ପ୍ରକାଶିତ ଖବର ମୁତାବକ, ନିଖୋଜ ହୋଇଥିବା ଶିଶୁ ସଂକ୍ରାନ୍ତରେ ୫ହଜାର ୫୦୦ ମାମଲା ରୁଜୁ ହୋଇଛି । ତେବେ ଉପରୋକ୍ତ ଶିଶୁ ବ୍ୟତୀତ ଆହୁରି ଅନେକ ଶିଶୁ ଏପରି ଅଛନ୍ତି ଯେଉଁମାନେ ୧୦୦ରୁ ଅଧିକ ଥର ନିଖୋଜ ହୋଇଥିବା ବେଳେ କିଏ ୧୫୬ ଥରରୁ ଅଧିକ ଥର ନିଖୋଜ ହୋଇଛନ୍ତି । ୧୯୭ ଥର ନିଖୋଜ ହୋଇଥିବା ଶିଶୁର ପରିଚୟ ପୋଲିସ ସାର୍ବଜୀନିନ କରିନଥିବା ବେଳେ ସେହିପରି ଅନେକ ଶିଶୁ ଅନେକ ଥର ନିଖୋଜ ହୋଇଛନ୍ତି । ୪ ଜଣ ଶିଶୁ ୧୦୦ରୁ ଅଧିକ ଥର ନିଖୋଜ ହୋଇଥିବା ଜଣାପଡିଥିବା ବେଳେ ୩ଜଣ ଶିଶୁ ୧୫୬ ଥର ଗାୟବ୍ ହୋଇଛନ୍ତି । ଏହିପରି ଭାବେ ସଂଖ୍ୟା ବୃଦ୍ଧି ପାଉଛି ହେଲେ ସେମାନଙ୍କ ପତ୍ତା ମିଳିପାରୁନି । ଯାହା ପୋଲିସ୍ ର ନିଦ ହଜାଇ ଦେଇଛି ।

ନିଖୋଜର କାରଣ କଣ ?

ତେବେ ଏହା ପଛର କାରଣ ଜାଣିବା ପରେ ପୋଲିସ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ଏନେଇ ପୋଲିସ୍ କହିଛନ୍ତି ଯେ, ଶିଶୁର ନିଖୋଜ ହେବା ବିଷୟରେ ବାପା-ମା’ ସେତେବେଳେ କେସ୍ କରୁଛନ୍ତି ଯେତେବେଳେ ସେମାନଙ୍କୁ ଲାଗୁଛି ଯେ, ସେମାନଙ୍କ ଶିଶୁ ଯୌନ ଉତ୍ପୀଡନର ଶିକାର ହୋଇଥାଇପାରନ୍ତି । ଆଉ ରିପୋର୍ଟରେ ଏହା ମଧ୍ୟ ଜଣାପଡିଛି ଯେ, ନିଖୋଜ ହୋଇଥିବା ଶିଶୁଙ୍କ ମଧ୍ୟରେ କମ୍ ବୟସର ଝିଅ ମାନେ ରହିଛନ୍ତି । ସେମାନେ ବାରମ୍ବାର ପଇସା, ମଦ ଏବଂ ଡ୍ରଗ୍ସ ପାଇଁ ଆରୋପୀ ମାନଙ୍କ ପାଖକୁ ଚାଲି ଯାଆନ୍ତି । ବର୍ତ୍ତମାନ ଏହି ନିଖୋଜ ରିପୋର୍ଟ ସମସ୍ତଙ୍କୁ ତାଜୁବ୍ କରିଛି ।

Get real time updates directly on you device, subscribe now.