fbpx

୧୦୦ ମିଟରରୁ ଅଧିକ ଲମ୍ବା ଳାଇନରେ ରହିଲେ ଟୋଲ ଟ୍ୟାକ୍ସ ଛାଡ଼

ନୂଆଦିଲ୍ଲୀ: ଆଉ ଟୋଲଗେଟରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବନାହିଁ । ମାତ୍ର ୧୦ ସେକେଣ୍ଡରେ ପାର ହେବେ ଟୋଲ ଗେଟ୍ । ନ୍ୟାସନାଲ ହାଇୱେ ଅଫ୍ ଇଣ୍ଡିଆ (ଏନଏଚଆଇ) ପକ୍ଷରୁ ଏନେଇ ଜାରି ହୋଇଛି ନୂଆ ନିର୍ଦ୍ଦେଶ । ସୂଚନା ଅନୁଯାୟୀ ଟୋଲ ପ୍ଲାଜାରେ ଏବେଠାରୁ ଗାଡ଼ିଗୁଡିକୁ ୧୦ ସେକେଣ୍ଡରୁ ଅଧିକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏନଏଚଏଆଇ ନିର୍ଦ୍ଦେଶ ପରେ ଟୋଲ ପ୍ଲାଜାରେ ହେଉଥିବା ଦୀର୍ଘ ସମୟର ଅପେକ୍ଷାକୁ ଏଡ଼ାଇ ଦିଆଯାଇପାରିବ ।

ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଏବେଠାରୁ ପିକ୍ ଆୱାରରେ ମଧ୍ୟ ଟୋଲ ପ୍ଲାଜାରେ ଗାଡ଼ିକୁ ୧୦ ସେକେଣ୍ଡରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଟୋଲ ପ୍ଲାଜାରେ ୧୦୦ ମିଟରରୁ ଅଧିକ ଲମ୍ବା ଲାଇନ ଲାଗିବ ନାହିଁ । ଯଦି କୌଣସି କାରଣରୁ ଟୋଲ ପ୍ଲାଜାରେ ୧୦୦ ମିଟରରୁ ଅଧିକ ଲମ୍ବା ଲାଇନ ରହୁଛି; ତେବେ ଗାଡ଼ିଠାରୁ ଟୋଲ ଟ୍ୟାକ୍ସ ନିଆଯିବ ନାହିଁ । ସେମାନଙ୍କୁ ବିନା ଟୋଲ ଟ୍ୟାକ୍ସ ଦେଇ ପାର ହେବାକୁ ଅନୁମତି ମିଳିବ ।

ଏନଏଚଏଆଇର ନିୟମ ଅନୁସାରେ ସବୁ ଟୋଲ ପ୍ଲାଜାରେ ୧୦୦ ମିଟର ଦୂରତା ଦର୍ଶାଇବା ପାଇଁ ଏକ ହଳଦିଆ ଲାଇନ ରହିବ । ଏହି ସୁବିଧା ଦେଶର ସବୁ ଟୋଲ ଗେଟରେ କରାଯିବ । ଅନ୍ୟପକ୍ଷରେ ଗତ ଫେବ୍ରୁଆରି ମାସରୁ ଶତପ୍ରତିଶତ କ୍ୟାଶ୍ ଲେସ୍ ବ୍ୟବସ୍ଥା ଲାଗୁ ହୋଇସାରିଛି । ଦେଶରେ ବଢୁଥିବା ଇଲେକ୍ଟ୍ରୋନିକ ଟୋଲ ସଂଗ୍ରହକୁ ଧ୍ୟାନରେ ରଖି ଏକ କୁଶଳ ବ୍ୟବସ୍ଥା ଆଗାମୀ ୧୦ ବର୍ଷ ମଧ୍ୟରେ କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.