fbpx
BSKY
BJD MC SKY
BJD YOUTH SKY

ରାତି ଅଧରେ ରହସ୍ୟଜନକ ଭାବରେ ଘର ଭିତରେ ଲାଗିଗଲା ନିଆଁ, ଶୋଇଥିବା ଅବସ୍ଥାରେ ଜଳିଗଲେ ମା ସହ ୫ ଶିଶୁ

ନୂଆଦିଲ୍ଲୀ:ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏଠାରେ ସଂପୂର୍ଣ୍ଣ ରହସ୍ୟମୟ ପରିସ୍ଥିତିରେ ଏକ ଘରେ ନିଆଁ ଲାଗିଯାଇ ଗୋଟିଏ ପରିବାରର ୬ ଜଣ ଲୋକ ଜୀବନ୍ତ ଜଳି ଯାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୫ ଜଣ ଶିଶୁ ରହିଛନ୍ତି । ଏହି ଘଟଣା ଅର୍ଦ୍ଧରାତ୍ରୀରେ ଘଟିଛି । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଆଲୋଡନ ଖେଳିଯାଇଛି । ତେବେ ଅଧ ରାତିରେ ଘରେ କିପରି ନିଆଁ ଲାଗିଲା ତାହାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରି ଦେଇଛି ।

ରିପୋର୍ଟ ଅନୁଯାୟୀ ଏହି ଘଟଣା କୁଶୀନଗର ଜିଲ୍ଲା ରାମକୋଲା ଥାନା ଉର୍ଦ୍ଦହା ବାପୁ ନଗରରେ ଘଟିଛି । କୁହାଯାଉଛି ରାତିରେ ଘର ଭିତରେ ପୁରା ପରିବାର ଶୋଇଥିବା ସମୟରେ ରହସ୍ୟଜନକ ଭାବରେ ନିଆଁ ଲାଗି ଯାଇଥିଲା । ଧୀରେ ଧୀରେ ନିଆଁ ଏପରି ବ୍ୟାପି ଯାଇଥିଲା ଯେ, ପୁରା ପରିବାର ଜଳିପୋଡି ପାଉଁଶ ହୋଇ ଯାଇଥିଲେ । ପାଖ ଲୋକମାନେ ଯେତେବେଳେ ନିଆଁ ଲାଗିଥିବାର ଜାଣିପାରିଥିଲେ ସେତେବେଳେ ତୁରନ୍ତ ସେଠାରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ନିଆଁ ଏତେ ଭୟାନକ ଥିଲା ଯେ, ପରିବାର ଲୋକ ଘର ମଧ୍ୟରୁ ବାହାରି ପାରି ନ ଥିଲେ । ଘର ମଧ୍ୟରେ ଜଣେ ମହିଳା ଓ ତାଙ୍କର ୫ ଜଣ ସନ୍ତାନ ଥିଲେ । ଲୋକମାନେ ସେମାନଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସକ୍ଷମ ହୋଇ ପାରି ନ ଥିଲେ । ଲୋକମାନେ ଏହି ଖବର ଫାୟାର ବ୍ରିଗେଡ୍ ଓ ପ୍ରଶାସନିକ ଅଧିକାରୀଙ୍କୁ ଦେଇଥିଲେ । ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.