୩୧ ଡିସେମ୍ବର ସୁଦ୍ଧା ସାରିଦିଅନ୍ତୁ ଏହି ୮ ଟି କାମ, ନଚେତ୍ ୨୦୨୪ ରେ କରିବେ ଅନୁତାପ

ନୂଆ ବର୍ଷ ୨୦୨୪ ଆସିବାକୁ ଯାଉଛି । ଆପଣ ନୂଆ ବର୍ଷରେ କିଛି ନୂଆ କରିବାକୁ ଆପଣ ସଂକଳ୍ପ ନେଉଛନ୍ତି । କିନ୍ତୁ ଏହା ପୂର୍ବରୁ ଏହି ବର୍ଷ ୩୧ ଡିସେମ୍ବର ୨୦୨୩ ରେ ଶେଷ ହେବାକୁ ଯାଉଛି । ଏହି ବର୍ଷ ସମସ୍ତ କାର୍ଯ୍ୟ ଶେଷ କରନ୍ତୁ, ନଚେତ୍ ଆପଣଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡିପାରେ । ଟଙ୍କା ଏବଂ ଟିକସ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷର ସମୟ-ସୀମା ୩୧ ଡିସେମ୍ବରରେ ଶେଷ ହେବାକୁ ଯାଉଛି । ସଂଶୋଧିତ ବ୍ୟାଙ୍କ ଲକର ଚୁକ୍ତିନାମା ସାଇନ୍ କରିବା,ସ୍ୱତନ୍ତ୍ର ଏଫଡିରେ ନିବେଶ କରିବା, ବିଳମ୍ବିତ ଆଇଟିଆର ଦାଖଲ କରିବା, ସଂଶୋଧିତ ଆଇଟିଆର ଦାଖଲ କରିବା ଏବଂ ଅନ୍ୟାନ୍ୟ ଅନେକ ଯାହା ସଜାଡ଼ିବାକୁ ପଡିବ । ଆସନ୍ତୁ ଜାଣିବା ସେଗୁଡ଼ିକ ବିଷୟରେ…

ବିଳମ୍ବିତ ଆଇଟିଆର ଦାଖଲ କରିବା :-
ଆୟକର ଭରିବା ପାଇଁ ଶେଷ ତାରିଖ ଚଳିତ ବର୍ଷର ୩୧ ଜୁଲାଇ ତାରିଖକୁ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଆପଣ ଯଦି ଏହାକୁ ଭରି ନାହାନ୍ତି ତେବେ ଆପଣ ୨୦୨୨-୨୩ ଆର୍ଥିକ ବର୍ଷ ଡିସେମ୍ବର ୧ ତାରିଖ ସୁଦ୍ଧା ଜୋରିମନା ସହିତ ବିଳମ୍ବିତ ଆୟକର ରିଟର୍ଣ୍ଣ ମଧ୍ୟ ଆପଣ ଭରି ପାରିବେ। ଆପଣଙ୍କ ବାର୍ଷିକ ଆୟ ୫ ଲକ୍ଷରୁ ଯଦି ଅଧିକ ରହିଛି ତେବେ ଆପଣ ୫ ହଜାର ଟଙ୍କା ଜୋରିମନା ଦେଇ ଆୟକର ରିଟର୍ଣ୍ଣ ଫାଇଲ କରିପାରିବେ। ସେହିପରି ଆପଣଙ୍କର ବାର୍ଷିକ ଆୟ ଯଦି ୫ ଲକ୍ଷରୁ କମ ରହିଛି ତେବେ ଆପଣ ୧ ହଜାର ଟଙ୍କା ଜୋରିମନା ଦେଇ ଆଇଟିଆର ଫାଇଲ କରିପାରିବେ।

ସଂଶୋଧିତ ଆଇଟିଆର ଦାଖଲ ପାଇଁ ଶେଷ ତାରିଖ :-

ବିଲେଡେଟ ଆଇଟିଆର ବ୍ୟତୀତ ୩୧ ଡିସେମ୍ବର ୨୦୨୩ ମଧ୍ୟ ଆର୍ôଥକ ବର୍ଷ ୨୦୨୨-୨୩ ପାଇଁ ସଂଶୋଧିତ ଆଇଟିଆର ଫାଇଲ୍ କରିବାର ଶେଷ ତାରିଖ । ମୂଳ ଆଇଟିଆରରେ ଥିବା ତ୍ରୁଟିଗୁଡ଼ିକୁ ସଂଶୋଧନ କରିବା ପାଇଁ ସଂଶୋଧିତ ଆଇଟିଆର ଦାଖଲ କରାଯାଏ । ଆୟକର ଆଇନର ଧାରା ୧୩୯ (୫) ଅନୁଯାୟୀ ସଂଶୋଧିତ ଆଇଟିଆର ଦାଖଲ କରାଯାଏ ।

ସିମ୍ କାର୍ଡ ପାଇଁ କେୱାଇସି :-
ଆପଣ କେବଳ ୩୧ ଡିସେମ୍ବର ପର୍ଯ୍ୟନ୍ତ ଡକ୍ୟୁମେଣ୍ଟ ମାଧ୍ୟମରେ ଏକ ନୂଆ ସିମ୍ କାର୍ଡ କିଣି ପାରିବେ। ତଥାପି ୨୦୨୪ ଜାନୁଆରୀ ୧ରୁ ସିମ୍ କାର୍ଡ କିଣିବା ପାଇଁ ନିୟମରେ ପରିବର୍ତ୍ତନ ଆସିବ। ଏପରି ପରିସ୍ଥିତିରେ, ସିମ୍ କିଣିବା ପୂର୍ବରୁ KYC ପ୍ରକ୍ରିୟା ସଂପୂର୍ଣ୍ଣ କରିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଟେଲିକମ୍ କମ୍ପାନୀରୁ ସିମ୍ କିଣିବା ପାଇଁ ଇ- KYC ମଧ୍ୟ କରାଯାଇପାରିବ।

ୟୁପିଆଇ ସର୍ଭିସ୍ ନିଷ୍କ୍ରୟ :-
ଆପଣ ଯଦି ଅନଲାଇନ ପେମେଣ୍ଟ ଉପରେ ନିର୍ଭର କରୁଛନ୍ତି ଅବା ଗୁଗୁଲ ପେ, ଫୋନ ପେ ଓ ପେଟିଏମକୁ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା ରହିଛି। ବିଗତ ଏକ ବର୍ଷ ଧରି ଆପଣ ଏହି ସବୁ ଆପ ବ୍ୟବହାର କରୁନାହାନ୍ତି ତେବେ ଏହି ଅନଲାଇନ ପେମେଣ୍ଟ ଆପକୁ ଖାରଜ ହୋଇଯାଇପାରେ। ଏକ ବର୍ଷରୁ ଅଧିକ ସମୟ ଧରି ବନ୍ଦ ହୋଇଥିବା ଡିସେମ୍ବର ୩୧ ପରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ପାଦୁ UPI-ID ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ଏସବିଆଇ ହୋମ୍ ଲୋନ୍ ଛାଡ୍ ଡେଡଲାଇନ୍ :-
ଏସବିଆଇ ହୋମ୍ ଲୋନ୍ ପାଇଁ ଏଖ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି, ଯାହା ୬୫ ଆଧାର ପଏଣ୍ଟ (ବିପିଏସ୍) ପର୍ଯ୍ୟନ୍ତ ରିହାତି ପ୍ରଦାନ କରିଥାଏ । ସ୍ୱତନ୍ତ୍ର ଅଭିଯାନ ରିହାତି ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ବୈଧ । ସମସ୍ତ ହୋମ୍ ଲୋନ୍ ପାଇଁ ଏହି ରିହାତି ବୈଧ । ଏଥିରେ ଫ୍ଲେକ୍ସିପେ, ଏନଆରଆଇ, ବିଶେଷାଧିକାର ଓ ଓପନ ଘର ସାମିଲ ।

ଆଇଡିବିଆଇ ବ୍ୟାଙ୍କ ଏଫଡି ଡେଡଲାଇନ୍ :-
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସ୍ୱତନ୍ତ୍ର ଏଫଡି ସ୍କିମ୍ ସହିତ ଅମୃତ କଳସ ସ୍କିମ୍ ଓ ଅନେକ ସ୍ୱତନ୍ତ୍ର ଏଫଡିର ଅବଧି ତାରିଖ ୩୧ ଡିସେମ୍ବରରେ ଶେଷ ହେଉଛି। ଏହି ପରିସ୍ଥିତିରେ, ଆପଣଙ୍କ ପାଖରେ ଆଉ ମାତ୍ର ୧୪ ଦିନ ବାକି ଅଛି । ଆପଣ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏସବିଆଇର ସ୍ୱତନ୍ତ୍ର ଏଫଡି ସ୍କିମ ଅମୃତ କଳସ, ଆଇଡିବିଆଇ ବ୍ୟାଙ୍କର ସ୍ୱତନ୍ତ୍ର ଫିକ୍ସଡ ଡିପୋଜିଟ ସ୍କିମ ଅମୃତ ମହୋତ୍ସବ ଏବଂ ଇଣ୍ଡିଆନ ବ୍ୟାଙ୍କର ଇଣ୍ଡ ସେଭର ନାମକ ଏଫଡି ଯୋଜନାରେ ନିବେଶ କରିପାରିବେ।

ଇଣ୍ଡିଆନ୍ ବ୍ୟାଙ୍କ ଏଫଡି ଡେଡଲାଇନ :-

ଇଣ୍ଡିଆନ୍ ବ୍ୟାଙ୍କ ୱେବସାଇଟ୍ ଅନୁଯାୟୀ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଇଣ୍ଡିଆନ୍ ବ୍ୟାଙ୍କ ଇଣ୍ଡ ସୁପର ୪୦୦ ଏବଂ ଇଣ୍ଡ ସୁପ୍ରିମ ୩୦୦ ଡେ ନାମକ ଉଚ୍ଚ ସୁଧ ହାର ପ୍ରଦାନ କରୁଥିବା ସ୍ୱତନ୍ତ୍ର ଫିକ୍ସଡ ଜମା ବୃଦ୍ଧି କରିଛି । ନିବେଶ କରିବାର ଶେଷ ତାରିଖ ହେଉଛି ୩୧ ଡିସେମ୍ବର ୨୦୨୩ ।