fbpx

ଉଦ୍ଧାର ହେଲେ ୩୩ଜଣ ଦାଦନ ଶ୍ରମିକ

ପଦ୍ମପୁର, ୨୮ା୨(ଓଡ଼ିଶା ଭାସ୍କର): ତେଲେଙ୍ଗାନାରୁ ଉଦ୍ଧାର ହୋଇଛନ୍ତି ଦାଦନ ଶ୍ରମିକ । ପ୍ରାୟ ୩୩ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଓଡ଼ିଶା ଓ ତେଲେଙ୍ଗାନା ସରକାରଙ୍କ ମିଳିତ ପ୍ରୟାସରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଉଦ୍ଧାର କରିବା ପରେ ମଧ୍ୟ ଆହୁରି ୨ଜଣ ଶ୍ରମିକ ଫସି ରହିଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ ଯେ ସମସ୍ତ ୩୫ଜଣ ଦାଦନ ପାଇକମାଳ ଅଞ୍ଚଳର ବୋଲି ଜଣାପଡ଼ିଛି । ଇଟା ଭାଟିରେ କାମ କରିବାକୁ ଯାଇ ସେମାନେ ଫସିଯାଇଥିଲେ । ଏହାପରେ ସେମାନେ ଉଦ୍ଧାର ପାଇଁ ଭିଡ଼ିଓ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ ।

Get real time updates directly on you device, subscribe now.