fbpx

ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ଶାହା

ଭୁବନେଶ୍ୱର, ୨୮ା୨(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ପ୍ରାୟ ସକାଳ ୧୦ଟା ୪୦ମିନିଟରେ ଭୁବନେଶ୍ୱର ସ୍ଥିତ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି । ଏହା ପରେ ଲୋକସେବା ଭବନରେ ଭୁବନେଶ୍ୱର ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ବୈଠକରେ ଯୋଗ ଦେବେ । ସେହି ବୈଠକରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାରର ମୁଖ୍ୟମନ୍ତ୍ରୀ ସାମିଲ ହେବାକୁ ଥିବା ବେଳେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସେଠାକାର ଅର୍ଥମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡ଼ିଛି । ସେ ଦିନ ୨ଟାରେ ଜନତା ମୈଦାନରେ ସିଏଏ ସଚେତନତା ରାଲିକୁ ସମ୍ବୋଧନ କରିବେ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.