fbpx
BJD
BJD SKY
BJD SKY

ତଳେ ଖସି ପଡିଲେ ଲଡ୍ଡୁ ଗୋପାଳ, ଚିକିତ୍ସା କରାଇବାକୁ ଆମ୍ବୁଲାନ୍ସରେ ଧରି ହସ୍ପିଟାଲ ପହଞ୍ଚିଲେ ଭକ୍ତ

ଶାହାଜାହନପୁର:ଉତ୍ତରପ୍ରଦେଶ ଶାହାଜାହାନପୁରରୁ ଚକିତ କରିଦେବା ଭଳି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ସରକାରୀ ଆମ୍ବୁଲାନ୍ସରେ ଭଗବାନ ଗିରିଧର ଗୋପାଲଙ୍କ ମୂର୍ତ୍ତିକୁ ଧରି ହସ୍ପିଟାଲରେ ପହଞ୍ଚିଥିଲେ । ସୁଜାନପୁର ଗାଁରେ ରହୁଥିବା ରିଙ୍କୁ ନାମକ ଯୁବକ ହସ୍ପିଟାଲରେ ପହଞ୍ଚି ଡାକ୍ତରଙ୍କୁ ଭଗବାନ ଲଡ୍ଡୁ ଗୋପାଳଙ୍କୁ ଆଘାତ ଲାଗିଥିବା କଥା କହିଥିଲେ ଓ ତାଙ୍କୁ ତୁରନ୍ତ ଚିକିତ୍ସା କରନ୍ତୁ ବୋଲି କହି କାନ୍ଦିଥିଲେ । ଲୋକଙ୍କ ଭିଡ ବଢୁଥିବାର ଓ ଯୁବକଙ୍କର ଭଗବାନ ଲଡ୍ଡୁ ଗୋପାଳଙ୍କ ପ୍ରତି ଆସ୍ଥାକୁ ଦେଖି ଡାକ୍ତର ତାଙ୍କୁ ଭର୍ତ୍ତି କରାଇଥିଲେ ଓ ଚିକିତ୍ସା କରିଥିଲେ । ଏହାପରେ ଯୁବକ ଲଡ୍ଡୁ ଗୋପାଳଙ୍କୁ ଧରି ଘରକୁ ଫେରି ଆସିଥିଲେ । ଏବେ ଭଗବାନ ଲଡ୍ଡୁ ଗୋପାଳଙ୍କ ସରକାରୀ ହସ୍ପିଟାଲରେ ଚିକିତ୍ସା ପୁରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଲଡ୍ଡୁ ଗୋପାଳଙ୍କୁ ଚିକିତ୍ସା କରିଥିବା ଡାକ୍ତର ଅଙ୍କିତ ବର୍ମା କହିଛନ୍ତି, ରିଙ୍କୁଙ୍କର ଭଗବାନ ଲଡ୍ଡୁ ଗୋପାଳଙ୍କ ଉପରେ ଅତୁଟ ବିଶ୍ୱାସ ରହିଛି । ରିଙ୍କୁ ସବୁଦିନ ପରି ଲଡ୍ଡୁ ଗୋପାଳଙ୍କୁ ସ୍ନାନ କରାଉଥିଲା । ଏହି ସମୟରେ ଭଗବାନ ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି ଅଚାନକ ତାଙ୍କ ହାତରୁ ଖସି ଭୂମିରେ ପଡିଥିଲା । ଲଡ୍ଡୁ ଗୋପାଳଙ୍କୁ ବହୁ ଜୋରେ ଆଘାତ ଲାଗିଥିବ କହି ସେ କାନ୍ଦିବାରେ ଲାଗିଥିଲେ । ଏହାପରେ ସେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସରେ ସ୍ୱାସ୍ଥ୍ୟ କର୍ମୀ ଏହାଦେଖି ଚକିତ ହୋଇଥିଲେ କି ଆହତ ହୋଇଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ବରଂ ସ୍ୱୟଂ ଲଡ୍ଡୁ ଗୋପାଳ ।

Get real time updates directly on you device, subscribe now.