fbpx

ବିମାନବନ୍ଦର ରନୱେରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନ ମଧ୍ୟରେ ଦୁର୍ଘଟଣା

ଓଡ଼ିଶା ଭାସ୍କର: ବିମାନବନ୍ଦର ରନୱେରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନ ମଧ୍ୟରେ ଦୁର୍ଘଟଣା ଘଟିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ କିମ୍ବା ଆହତ ହୋଇନଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ବୁଧବାର ପଶ୍ଚିମବଙ୍ଗର କୋଲକାତା ବିମାନବନ୍ଦରରେ ଇଣ୍ଡିଗୋ ବିମାନଟି ଟ୍ୟାକ୍ସିୱେ ଦେଇ ଯାଉଥିବାବେଳେ ବିମାନର କିଛି ଅଂଶ ଅନ୍ୟ ଏୟାର ଇଣ୍ଡିଆ ବିମାନ ସହିତ ଧକ୍କା ହୋଇଥିଲା। ତେବେ ଏହି ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ମୁଖପାତ୍ର ନ୍ୟୁଜ୍ ଏଜେନ୍ସି ANI କୁ ସୂଚନା ଦେଇ କହିଛନ୍ତି, ଆମର ଗୋଟିଏ ବିମାନ କୋଲକାତା ବିମାନବନ୍ଦରର ରନୱେରେ ତାମିଲନାଡୁର ଚେନ୍ନାଇ ଯିବାକୁ କ୍ଲିୟରାନ୍ସକୁ ଅପେକ୍ଷା କରିଥିବା ସମୟରେ ଅନ୍ୟ ଏକ ବିମାନ କମ୍ପାନୀର ବିମାନ ୱିଙ୍ଗ୍ ଟିପ୍ ଏହା ସହିତ ମୁହାଁମୁହିଁ ଧକ୍କା ହୋଇଥିଲେ। ବର୍ତ୍ତମାନ ଆମେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏବଂ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ସହଯୋଗ କରୁଛୁ। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣା ପରେ ଇଣ୍ଡିଗୋ ଏୟାରଲାଇନ୍ସର ଉକ୍ତ ପାଇଲଟଙ୍କ ବିରୋଧରେ ଡିଜିସିଏ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ବିମାନ କମ୍ପାନୀର ସେହି ପାଇଲଟମାନଙ୍କର ଏକ ଦିନର ଦକମା କାଟ୍ କରାଯିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.