fbpx

ଲେଡି ଫିଙ୍ଗର୍ ଭଳି ଲେଡିଙ୍କ ଫିଙ୍ଗର୍ କାଟିଦିଆଯାଏ, କାରଣ କଣ ଜାଣିଲେ ମୁଣ୍ଡରେ ହାତ ଦେବେ

ଓଡ଼ିଶା ଭାସ୍କର ବ୍ୟୁରୋ: ମଣିଷ ସମାଜ ସ୍ଥାନ କାଳ ଅନୁସାରେ ଏହାର ସାମାଜିକ ଚଳଣି ବଦଳାଇଥାଏ । ନିଜ ପାଇଁ ନିଜ ବିଶ୍ୱାସରେ ଗଢ଼ିଥାଏ ପରମ୍ପରା । ଆଉ ସେ ମଧ୍ୟରେ ରହିଯାଇଥାଏ ଅନେକ ବିଶ୍ୱାସ ଏବଂ ଅନ୍ଧବିଶ୍ୱାସ । କିନ୍ତୁ ନୀତି-ନିୟମ-ପରମ୍ପରାର ଦ୍ୱାହି ଦେଇ ସମ୍ପୃକ୍ତ ସମାଜ ସେସବୁକୁ ପାଳିଥାଏ ଏବଂ ଅନ୍ୟକୁ ପାଳିବାକୁ ବାଧ୍ୟ କରିଥାଏ । ଏଭଳି କିଛି ସ୍ଥାନରେ ରହିଛି ଅନେକ ଅଜବ ପରମ୍ପରା । ଯେଉଁଠି ମହିଳାଙ୍କ ଅଙ୍ଗୁଳିକୁ ବଳି ପକାଇବାକୁ ପଡ଼ିଥାଏ । ସାମାଜିକ ନିୟମର ଦ୍ୱାହିରେ ମହିଳାଙ୍କ ଅଙ୍ଗୁଳିକୁ ନିହାତି କାଟି ଦିଆଯାଏ ।

ଇଣ୍ଡୋନେସିଆର ପାପୁଆ ଗିନି ଦ୍ୱୀପରେ ଦାନି ଜନଜାତିରେ ରହିଛି ଏଭଳି ପରମ୍ପରା । ଦାନି ଜନଜାତିର ପରମ୍ପରା ଅନୁସାରେ ପରିବାରର ମୁଖିଆଙ୍କ ବିୟୋଗ ହୋଇଗଲେ ମହିଳାଙ୍କ ଅଙ୍ଗୁଳି କାଟି ଦିଆଯାଏ । କୁହାଯାଏ, ଏଭଳି କରିବା ଦ୍ୱାରା ମୃତ ଲୋକର ଆତ୍ମାକୁ ଶାନ୍ତି ମିଳିଥାଏ । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶୋକ ପ୍ରକାଶ କରିବା ପାଇଁ ମହିଳାଙ୍କ ଦୁଇ ହାତର କେତୋଟି ଅଙ୍ଗୁଳି ବଳି ପକାଇବାକୁ ପଡ଼ିଥାଏ । ତେବେ ଅଙ୍ଗୁଳି କାଟିବା ପାଇଁ ମହିଳାଙ୍କ ସହ ଯାହା କରାଯାଏ, ଜାଣିଲେ ଦେହ ଶୀତେଇ ଉଠିବ । ବଡ଼ ବୀଭତ୍ସ ଭାବେ ମହିଳାଙ୍କ ସହ ଅତ୍ୟାଚାର କରାଯାଏ । ପ୍ରଥମେ ଦଉଡ଼ି ଦ୍ୱାରା ମହିଳାଙ୍କ ହାତକୁ ଶକ୍ତ ଭାବେ ବାନ୍ଧି ଦିଆଯାଏ ଏବଂ ପରେ ଧାରୁଆ ଅସ୍ତ୍ରରେ ଅଙ୍ଗୁଳି କାଟି ଦିଆଯାଏ । ଏହାପରେ ଅଙ୍ଗୁଳିକୁ କେହିକେହି ଜଳାଇ ଦିଅନ୍ତି ଏବଂ ଆଉ କେତେକ ସାଇତି ରଖିବା ପାଇଁ ଖରା ଶୁଖାଇ ରଖନ୍ତି । ଏଭଳି ଅଜବ ପରମ୍ପରାରେ ଧୀରେ ଧୀରେ ପ୍ରତିବନ୍ଧକ ଲାଗୁଥିବା ସୂଚନା ମିଳୁଛି ।

Get real time updates directly on you device, subscribe now.