fbpx

ବନ୍ଧା ହେଲେ ସୁନ୍ଦରୀ ବ୍ଲାକମେଲ୍‌ର: ନେତା ଓ ଅଭିନେତାଙ୍କୁ ଅଶ୍ଲୀଳ ଭିଡିଓ କରି ଲୁଟୁଥିଲେ ଟଙ୍କା

Advertisement

ଭୁବନେଶ୍ୱର: ସେକ୍ସ ସ୍କାଣ୍ଡଲରେ ଫସିଲେ ରହସ୍ୟମୟୀ ଯୁବତୀ । ଏହି ମାମଲାରେ ବନ୍ଧା ହୋଇଛନ୍ତି ଜଣେ ସୁନ୍ଦରୀ ବ୍ଲାକମେଲ୍‌ର । ଅଶ୍ଲୀଳ ଭିଡିଓ କରି ବ୍ଲାକମେଲ୍‌ କରୁଥିବା ସୂଚନା ମିଳିଛି । ପ୍ରଯୋଜକ,ରାଜନେତାଙ୍କୁ ବ୍ଲାକମେଲିଂ କରୁଥିବା ସୂଚନା ମିଳିଛି । ମୋବାଇଲରେ ସୁଟ୍‌ କରି ବ୍ଲାକମେଲିଂ କରୁଥିବାବେଳେ ତାଙ୍କ ମୋବାଇଲରୁ କିଛି ଆପତ୍ତିଜନକ ଦୃଶ୍ୟ ଥିବା ସୂଚନା ମିଳିଛି । ଫଳରେ ମହିଳାଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ମହିଳାଙ୍କ ଘର ଭୁବନେଶ୍ବର ସତ୍ୟବିହାରରେ ଥିବା ସୂଚନା ମିଳିଛି । ପୂର୍ବରୁ ମହିଳାଙ୍କ ନାଁରେ ୩ଟି ଥାନାରେ ମାମଲା ଥିବା ଜଣାପଡିଛି ।

ଅନ୍ୟପଟେ ଏହି ମାମଲାରେ ଅକ୍ଷୟ ପରିଜାଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଇଛି । ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ ପରିଜା । ବ୍ଲାକମେଲିଂର ଶିକାର ହେବା ନେଇ ସେ ଏତଲା ଦେଇଥିଲେ । ଏ ସଂପର୍କରେ ଏଯାଏ ପୋଲିସ ସ୍ପଷ୍ଟ କରୁନି।ତେବେ ଲେଡି ବ୍ଲାକମେଲର୍ ରାଜଧାନୀରେ ରହି ନେତା ଓ ଅଭିନେତାଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗ ହୋଇଛି । ଉକ୍ତ ମାଷ୍ଟର ମାଇଣ୍ଡ ଯୁବତୀ ଜଣଙ୍କ ନାଁ ଅର୍ଚ୍ଚନା ନାୟକ ବୋଲି ଜଣାପଡ଼ିଛି । ଅର୍ଚ୍ଚନା ନାଗଙ୍କୁ ଅଟକ ରଖି କମିଶନରେଟ ପୋଲିସ ପଚରାଉଚରା ଜାରି ରଖିଛି ।

କିଛିଦିନ ତଳେ ପ୍ରତିଷ୍ଠିତ ରାଜନେତାଙ୍କୁ ବ୍ଲାକମେଲ ନେଇ ଅଭିଯୋଗ ଆସିଥିଲା । ପ୍ରଯୋଜକଙ୍କୁ ଟଙ୍କା ମାଗୁଥିବା ଅଡିଓ ମଧ୍ୟ ଭାଇରାଲ ହୋଇଲା । ସେକ୍ସ ସ୍କାଣ୍ଡାଲର ମଧ୍ୟସ୍ଥତା ପାଇଁ ମଧ୍ୟ ଟଙ୍କା ମାଗୁଥିଲେ । ସୁନା ଦୋକାନ ମାଲିକଙ୍କଠୁ କୋଟିକୋଟି ଟଙ୍କା ନେଇଛନ୍ତି । ଅନ୍ୟପଟେ ଅର୍ଚ୍ଚନା ନିଜକୁ ଓକିଲ ପରିଚୟ ଦେବା ସହ ରାଜନୈତିକ ଦଳର ସଦସ୍ୟ ବୋଲି କହୁଥିଲେ। ଘରକୁ ଡାକି ଅନୈତିକ ସମ୍ପର୍କ ରଖି କ୍ୟାମେରା ଲଗାଇ ରେକର୍ଡ଼ିଂ କରୁଥିଲେ। ପରେ ସିକ୍ରେଟ ଫଟୋ ଦେଖାଇ ବ୍ଲାକମେଲିଂ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଅର୍ଚ୍ଚନାଙ୍କ ଟାର୍ଗେଟରେ ଥିଲେ ପ୍ରଯୋଜକ,ପୋଲିସ ଓ ବ୍ୟବସାୟୀ ।

Get real time updates directly on you device, subscribe now.