fbpx

ମାତ୍ର ୨ ଟଙ୍କା ପାଇଁ ମିସ ହୋଇଗଲା ୧୭୦୦ କୋଟି: ଜାଣନ୍ତୁ କ’ଣ ରହସ୍ୟ

ନୂଆଦିଲ୍ଲୀ: କୁହାଯାଏ ଅଧିକ ପରିଶ୍ରମ ସହିତ ସଫଳତା ପାଇଁ ମଣିଷର ଭାଗ୍ୟ ମଧ୍ୟ ନିହାତି ଆବଶ୍ୟକ । ଉଚିତ ସମୟରେ ଭାଗ୍ୟ ସାଥ ଦେଲେ ମଣିଷ ବିରାଟ ସଫଳତା ହାସଲ କରିପାରେ । କିନ୍ତୁ ଯଦି ଭାଗ୍ୟ କୌଣସି ମଣିଷର ହାତ ଛାଡିଦିଏ । ତେବେ ହାତରେ ଧରିଥିବା ସୁନା ବି ମାଟିରେ ପରିଣତ ହୋଇଯାଏ । ତେବେ ଏହି ଭାଗ୍ୟର ବିଡମ୍ବନା ଭଳି ଘଟଣା ଦେଖିବାକୁ ମିଳିଛି ଜଣେ ମହିଳାଙ୍କ ସହିତ । ପ୍ରଥମ ମୁହୂର୍ତ୍ତରେ ସେ ୧୭୩୪ କୋଟି ଟଙ୍କା ଜିତିଥିବା ଜାଣିବାକୁ ପାଇଛନ୍ତି, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଏହାକୁ ହରାଇ ବସିଛନ୍ତି । ତେବେ ମାତ୍ର ୨ ଟଙ୍କା ପାଇଁ ସେ ଏହି ଆମାଉଣ୍ଟ ହାରି ଯାଇଥିବା ଜାଣିବାକୁ ମିଳିଛି । କେମିତି ଆସନ୍ତୁ ଜାଣିବା ।

ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି ବ୍ରିଟେନର ରେଚେଲ କେନେଡିଙ୍କ ସହିତ । ତାଙ୍କ ପାର୍ଟନର ଲିଆମ ମ୍ୟାକକ୍ରୋହନଙ୍କ ସହ ମିଶି ଗତ କିଛି ସପ୍ତାହରୁ EuroMillions ର ଟିକେଟ କିଣୁଥିଲେ । କିନ୍ତୁ କୌଣସି ପୁରସ୍କାର ମିଳିପାରୁ ନଥିଲା । ତେବେ ଉଭୟ କେବଳ ଗୋଟିଏ ସିରିଜର ନମ୍ବର (୬, ୧୨, ୨୨, ୨୯, ୩୩, ୬ ଏବଂ ୧୧) ଉପରେ ବେଟ ଲଗାଉଥିଲେ । ଏହାରି ମଧ୍ୟରେ ରେଚେଲଙ୍କୁ ଜାଣିବାକୁ ମିଳିଥିଲା ଯେ, ତାଙ୍କ ନମ୍ବରର ଲଟେରୀ ଲାଗିଯାଇଛି । ଏହାସହ ସେ ୧୮୨ ମିଲିୟନ ପାଉଣ୍ଡ ବା ୧୭୩୪ କୋଟି ଟଙ୍କା ଜିତି ଯାଇଛନ୍ତି । ଏତେ ବଡ ଆମାଉଣ୍ଟ ଜିତିବା ଖବର ଶୁଣି ଖୁସିରେ ପାଗଳ ହୋଇଯାଇଥିଲେ ରେଚେଲ ଏବଂ ପରିବାର ସହ ଭବିଷ୍ୟତକୁ ନେଇ ପ୍ଲାନ ମଧ୍ୟ ଆରମ୍ଭ କରି ଚାଲିଥିଲେ । କିନ୍ତୁ ତାଙ୍କ ଭାଗ୍ୟ ତାଙ୍କୁ ସାଥ ଦେଇନଥିଲା ।

ତେବେ ଜ୍ୟାକପଟ ଲାଗିବା ଏବଂ ୧୭୩୪ କୋଟି ଟଙ୍କା ଜିତିବା କଥା ରେଚେଲଙ୍କର ବିଶ୍ୱାସ ନହେବାରୁ ସେ ଏହା ନିଶ୍ଚିତ କରିବା ପାଇଁ EuroMillions ଅଫିସକୁ ଫୋନ କରିଥିଲେ । କିନ୍ତୁ ଫୋନରେ ଯାହା ଉତ୍ତର ଆସିଥିଲା, ରେଚେଲଙ୍କ ସବୁ ଖୁସି ଶେଷ ହୋଇଗଲା । EuroMillions ଅଫିସର କର୍ମଚାରୀ କହିଥିଲେ ଯେ, ପୁରସ୍କାର ଆପଣ ଜିତିଛନ୍ତି ସତ କିନ୍ତୁ ଆପଣଙ୍କୁ ଏହା ମିଳିପାରିବ ନାହିଁ । କାରଣ ଆପଣଙ୍କ ଆକାଉଣ୍ଟରେ ଟିକେଟ କିଣିବା ପାଇଁ ଯଥେଷ୍ଟ ପରିମାଣର ଟଙ୍କା ଉପଲବ୍ଧ ନାହିଁ । ଟିକେଟର ଦାମ ୨୪୦ଟଙ୍କା ହୋଇଥିବା ବେଳେ ରେଚେଲଙ୍କ ଖାତାରେ ସେଦିନ ମାତ୍ର ୨୩୮ ଟଙ୍କା ରହିଥିଲା । ଫଳରେ ଟିକେଟ କିଣି ପାରି ନଥିଲେ ରେଚେଲ । ମାତ୍ର ଦୁଇ ଟଙ୍କା ପାଇଁ ୧୭୩୪ କୋଟି ଟଙ୍କା ହାତଛଡା କରି ଯାଇଛନ୍ତି ରେଚେଲ । ଏ ନେଇ ରେଚେଲଙ୍କ ପାର୍ଟନର ଟ୍ୱିଟ କରି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.