fbpx

ବିବାହ ପୂର୍ବରୁ ମଙ୍ଗେତରଙ୍କୁ ହାତକଡ଼ି ପିନ୍ଧାଇଲେ ଲେଡି SI, ଜାଣନ୍ତୁ କ’ଣ ରହିଥିଲା ମାମଲା

Advertisement

ନୂଆଦିଲ୍ଲୀ: ଆମ ଭାରତୀୟ ସମାଜରେ ବିବାହ ପରି ଏକ ପବିତ୍ର କାର୍ଯ୍ୟକୁ ନେଇ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ଉତ୍ସୁକ ରହିଥାନ୍ତି । ତେବେ ଅନେକ କ୍ଷେତ୍ରରେ ଏହି ସାମାଜିକ ଉତ୍ସବ ପୂର୍ବରୁ ଓ ପରେ ନାନା ପ୍ରକାରର ଅଘଟଣ, ଠକାମି ଦେଖିବାକୁ ମିଳିଥାଏ । ସେହିପରି ଏକ ଘଟଣା ଦେଖିବାକୁ ମିଳିଛି । ଅସମରେ । ଭାବି ବର ଜଣେ ଠକ ବୋଲି ଜଣାପଡ଼ିବା ପରେ ଜଣେ ମହିଳା ପୋଲିସ ତାଙ୍କର ମଙ୍ଗେତରଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛନ୍ତି ।

ସୂଚନା ମୁତାବକ, ଜଣେ ଯୁବକ ନକଲି ପରିଚୟ ଦେଇ ଅସମ ପୋଲିସର ଜଣେ ମହିଳା ସବଇନ୍ସପେକ୍ଟରଙ୍କ ସହ ବିବାହ ଠିକ୍ କରିଥିଲେ । ଉକ୍ତ ଯୁବକ ଜଣଙ୍କ ପୂର୍ବରୁ ଅନେକଙ୍କୁ ଠକିଥିବା ବେଳେ ମାମଲାର ଯାଞ୍ଚ ପରେ ସେ ଜଣେ ଠକ ବୋଲି ଜଣାପଡ଼ିଥିଲା । ଏହାପରେ ମହିଳା ଏସଆଇ ତାଙ୍କର ମଙ୍ଗେତରଙ୍କୁ ଗିରଫ କରିଥିଲେ ।

ମହିଳା ଜଣଙ୍କ ନାଗାଁଓ ଜିଲ୍ଲାର ମହିଳା ଥାନାରେ କାର୍ଯ୍ୟ କରୁଥିବା ବେଳେ ଗତବର୍ଷ ଜାନୁଆରୀରେ ତାଙ୍କର ଜଣେ ଯୁବକଙ୍କ ସହ ସାକ୍ଷାତ ହୋଇଥିଲା । ଯୁବକ ଜଣଙ୍କ ନିଜକୁ ଓଏନଜିସିର ଜଣେ ଅଧିକାରୀ ବୋଲି ପରିଚୟ ଦେବା ସହ ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଏହାପରେ ଗତବର୍ଷ ଅକ୍ଟୋବରରେ ଦୁହିଁଙ୍କର ନିର୍ବନ୍ଧ ହେବା ସହ ନଭେମ୍ବରରେ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ତେବେ ମହିଳାଙ୍କର ସନ୍ଦେହ ହେବାରୁ ସେ ଯୁବକଙ୍କ ବିଷୟରେ ଅଧିକ ଖୋଳତାଡ଼ କରିଥିଲେ । ଯୁବକଙ୍କ ନାମରେ ୨୫ ଲକ୍ଷର ଠକାମି କେସ୍ ରହିବା ସହ ସେ ଓଏନଜିସିର କର୍ମଚାରୀ ନୁହନ୍ତି ବୋଲି ମହିଳା ଜାଣିବା ପରେ ଆକ୍ସନ ଆରମ୍ଭ କରିଦେଇଥିଲେ ।

Get real time updates directly on you device, subscribe now.