fbpx

ବଢ଼ିବ ବିଧାୟକମାନଙ୍କର ମାସିକ ଦରମା, ଜାଣନ୍ତୁ କେଉଁ ରାଜ୍ୟରେ ମିଳିଲା ନୂଆ ପ୍ରସ୍ତାବକୁ ମଞ୍ଜୁରୀ

Advertisement

ନୂଆଦିଲ୍ଲୀ: ବିଧାୟକଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର ବିଧାୟକମାନଙ୍କର ଦରମା ବୃଦ୍ଧି ହେବାକୁ ଯାଉଛି । କେନ୍ଦ୍ର ସରକାର ଦିଲ୍ଲୀର ବିଧାୟକଙ୍କ ଦରମା ବୃଦ୍ଧି ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ବର୍ତ୍ତମାନ ବିଧାୟକମାନେ ସମସ୍ତ ଭତ୍ତା ସହ ମାସକୁ ୫୪ ହଜାର ଟଙ୍କା ପାଉଥିବା ବେଳେ ଏହି ମଞ୍ଜୁରୀ ପରେ ଏଣିକି ସେମାନେ ୯୦ ହଜାର ଟଙ୍କା ପାଇବେ ।

ଦିଲ୍ଲୀର ବିଧାୟକମାନଙ୍କର ବର୍ତ୍ତମାନ ବେସିକ ସାଲାରୀ ରହିଛି ୧୨ ହଜାର ଟଙ୍କା । ଏବେ ଏହା ବୃଦ୍ଧି ପାଇ ଏବେ ୨୦ ହଜାର ଟଙ୍କା ହୋଇଯିବ । ତେଣୁ ସମସ୍ତ ଭତ୍ତା ଅର୍ଥ ମିଶିବା ପରେ ବିଧାୟକମାନେ ଏଣିକି ମାସକୁ ୯୦ ହଜାର ଟଙ୍କା ପାଇବେ । ଏହା ପୂର୍ବରୁ ଦିଲ୍ଲୀ ସରକାର ୨୦୧୫ରେ ଏହି କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସ୍ତାବ ରଖିଥିଲେ । ମାତ୍ର ସେ ସମୟରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିନଥିଲା । ତେବେ ଏହି ପ୍ରସ୍ତାବକୁ ଏବେ ମଞ୍ଜୁରୀ ମିଳିଥିଲେ ହେଁ ସେଥିରେ ଅନେକ କାଣ୍ଟଛାଣ୍ଟ କରାଯାଇଥିବା ଦିଲ୍ଲୀ ବିଧାନସଭା ଅଧ୍ୟକ୍ଷ କହିଛନ୍ତି ।

ବିଧାନସଭା ଅଧ୍ୟକ୍ଷ ରାମନିବାସ ଗୋୟଲ କହିଛନ୍ତି ଯେ, ପୂର୍ବରୁ ବିଧାୟକମାନଙ୍କର ଦରମା ଗତ ୨୦୧୧ ମସିହାରେ ବୃଦ୍ଧି ହୋଇଥିଲା । ୧୧ ବର୍ଷ ପରେ ଏତେ କମ୍ ମାତ୍ରାରେ ସାଲାରୀ ବୃଦ୍ଧି ହେବା ଉପୁଯୁକ୍ତ ନୁହେଁ । ଅନ୍ୟ ରାଜ୍ୟର ବିଧାୟକଙ୍କ ପରି ଦିଲ୍ଲୀ ବିଧାୟକଙ୍କୁ ସମାନ ଭତ୍ତା ମିଳିବା ଉଚିତ୍ । ତେବେ କେନ୍ଦ୍ରର ମଞ୍ଜୁରୀ ପରେ ଏବେ ଦିଲ୍ଲୀ ବିଧାନସଭାର ପରବର୍ତ୍ତୀ ଅଧିବେଶନରେ ବିଧାୟକଙ୍କ ସାଲାରୀ ବୃଦ୍ଧି ବିଲ୍ ଅଣାଯିବ ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡରେ ବିଧାୟକମାନେ ମାସିକ ୧.୯୮ ଲକ୍ଷ ଟଙ୍କା ଦରମା ପାଉଛନ୍ତି । ସେହିପରି ହିମାଚଳ ପ୍ରଦେଶରେ ୧.୯୦ ଲକ୍ଷ, ହରିୟାଣାରେ ୧.୫୫ ଲକ୍ଷ, ବିହାରରେ ୧.୩୦ ଲକ୍ଷ, ରାଜସ୍ଥାନରେ ୧,୪୨,୫୦୦, ତେଲେଙ୍ଗାନାରେ ୨.୫ ଲକ୍ଷ, ଆନ୍ଧ୍ରପ୍ରଦେଶଷର ୧.୨୫ ଲକ୍ଷ, ଗୁଜୁରାଟରେ ୧.୦୫ ଲକ୍ଷ, ଉତ୍ତର ପ୍ରଦେଶରେ ୯୫ ହଜାର ମାସିକ ଦରମା ରହିଛି ।

Get real time updates directly on you device, subscribe now.