fbpx

ସୃଷ୍ଟି ହେଲା ଲଘୁଚାପ: ୪୮ ଘଣ୍ଟାରେ ନେବ ଅବପାତର ରୂପ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ୪୮ ଘଣ୍ଟା ଭିତରେ ଏହା ଅଧିକ ସକ୍ରିୟ ହୋଇ ଅବପାତର ରୂପ ନେବ । କ୍ରମେ ଉତ୍ତର ପଶ୍ଚିମକୁ ଗତି କରି ଅବପାତରେ ପରିଣତ ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଆଜି ବାତ୍ୟାର ଚିତ୍ର ସ୍ପଷ୍ଟ ହେବ ।

ଅନ୍ୟପଟେ ସକ୍ରିୟ କାଳବୈଶାଖୀ ପ୍ରଭାବରେ ୬ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି । ୬ ଜିଲ୍ଲାରେ ଯଥା-ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ପୁରୀରେ ବର୍ଷା ଲାଗି ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବ ବୋଲି ଏଯାଏଁ କୁହାଯାଇନି । ବାତ୍ୟା ହେବ କି ନାହିଁ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମଧ୍ୟ ଦିଆଯାଇ ନାହିଁ । ତେଣୁ ବିଭିନ୍ନ ଗଣମାଧ୍ୟମର ବାତ୍ୟା ସମ୍ଭାବନାକୁ ନେଇ ଓଡ଼ିଶା ବାସୀ ବିଭ୍ରାନ୍ତ ହେବାର ଉଚିତ ନୁହେଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ । ଦକ୍ଷିଣ ଆଣ୍ଡାମାନ ସାଗର ଓ ତା’ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି । ଏହା ଘନୀଭୂତ ହେବାରେ ଲାଗିଛି । ଶୁକ୍ରବାର ଏହି ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ ବାତ୍ୟା ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ ।

Get real time updates directly on you device, subscribe now.