fbpx
BJD
BJD SKY
BJD SKY

ଲଖିମପୁର ଖେରୀ ହିଂସା ମାମଲା: କ୍ରାଇମବ୍ରାଞ୍ଚରେ ମନ୍ତ୍ରୀଙ୍କ ପୁଅ ହାଜର, ଚାରିପଟେ ପୋଲିସ୍ ଛାଉଣୀ

ଲକ୍ଷ୍ନୌ: ଲଖିମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅକୁ ଦ୍ୱିତୀୟ ଥର ପାଇଁ ସମନ ଜାରି କରାଯିବା ପରେ ସେ ଆଜି କ୍ରାଇମବ୍ରାଞ୍ଚ ଅଫିସ୍ ରେ ହାଜର ହୋଇଛନ୍ତି । ୧୧ ଟା ସମୟରେ ମନ୍ତ୍ରୀଙ୍କ ପୁଅ ଆସି କ୍ରାଇମବ୍ରାଞ୍ଚ ଅଫିସ୍ ରେ ହାଜର ହୋଇଛନ୍ତି । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଆଜି କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ପଚରାଉଚରା କରାଯାଉଛି । ତେବେ ଆଜି ତାଙ୍କୁ ଗିରଫ କରାଯିବ ନା ପଚରାଉଚରା କରି ଛାଡ଼ିଦିଆଯିବ ସେ ନେଇ ଆଜି ନିଷ୍ପତି ନିଆଯିବ । ୟୁପି ପୋଲିସ ପ୍ରଶ୍ନର ଏକ ଲମ୍ବା ଲିଷ୍ଟ ପ୍ରସ୍ତୁତ କରି ରଖିଥିବା ବେଳେ ଆଶିଷ ଆସି ହାଜର ହୋଇଯାଇଛନ୍ତି ।

ଅନ୍ୟପଟେ ଏହି ମାମଲାରେ ସଂପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ପୂର୍ବରୁ ହିଁ ପୋଲିସ୍ ଜେଲକୁ ପଠାଇ ଦେଇଛି । କିନ୍ତୁ ମୁଖ୍ୟ ଅଭିଯୁକ୍ତ ଆଶିଷଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନଥିବାରୁ ବିବାଦ ଦେଖା ଦେଇଥିଲା । ଏହି ପରିପ୍ରେକ୍ଷୀରେ ପୁଣିଥରେ ଖେରୀ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଥିଲା । ଏଥିସହିତ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ନେତା ମନ୍ତ୍ରୀମାନେ ଭେଟିବାକୁ ଆସୁଛନ୍ତି । ଏହି ଅଞ୍ଚଳରେ ଯେ କୌଣସି ମୁହୁର୍ତ୍ତରେ ହିଂସାକାଣ୍ଡ ଦେଖାଦେବ ତେଣୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି ।

 

Get real time updates directly on you device, subscribe now.