fbpx

ଟ୍ରେନରେ ଯାତ୍ରା କରୁଥିଲେ ପାଳନ କରନ୍ତୁ ଏହି ନିୟମ, ନଚେତ୍ ଗଣିବେ ମୋଟା ଅଙ୍କର ତଣ୍ଡ

ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭ ହୋଇଛି, ଫଳରେ ଅନେକ ଲୋକ ନିଜ ନିଜ ଘରକୁ ଯିବା ପାଇଁ ଯୋଜନା କରୁଛନ୍ତି । ଏପରି ପରିସ୍ଥିତିରେ ଅନେକ ଲୋକେ ଘରକୁ ଯିବାପାଇଁ ଟ୍ରେନର ସାହାରା ନେଉଛନ୍ତି । ଯଦି ଆପଣ ବି ଟ୍ରେନ ମାଧ୍ୟମରେ ଯାତ୍ରା କରିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣ ଏହି ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦିଅନ୍ତି । ରିପୋର୍ଟ ମୁତାବକ, ରେଳ ମନ୍ତ୍ରଣାଳୟ ଦ୍ୱାରା କରୋନା ଗାଇଡଲାଇନର ଅବଧିକୁ ବୃଦ୍ଧି କରାଯାଇଛି । ମନ୍ତ୍ରଣାଳୟ ଏନେଇ ଏକ ନୋଟିସ ମଧ୍ୟ ଜାରି କରିଛି । ନୋଟିଫିକେସନ ମୁତାବକ, ରେଳ ପରିସରରେ ବା ଟ୍ରେନରେ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜରିମାନା ଲାଗିବ ।

ଅନ୍ୟପଟେ ପାର୍ବଣ ଋତୁ ଥିବାରୁ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି । କଟକଣାକୁ ପାଳନ ନକଲେ ପୁଣି କରୋନା ବଢ଼ିଯିବାର ସମ୍ଭାବନା ରହିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ମାସ୍କ ପିନ୍ଧିବାର ନିୟମ ୬ ମାସ ପାଇଁ ଲାଗୁ କରିଛି । ଏହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ଏତେ ମାତ୍ରାରେ ବଢ଼ିବ ନାହିଁ ।

Get real time updates directly on you device, subscribe now.