fbpx

ଲକ୍ଷ୍ମୀପୁର ମାମଲାରେ ଆତ୍ମସମର୍ପଣ ଆଶିଷ ମିଶ୍ରା, ପୁଣି ଗଲେ ଜେଲ

Advertisement

ଉତ୍ତରପ୍ରଦେଶ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଲଖୀମପୁର ହିଂସାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟାନୀଙ୍କ ପୁଅ ଆଶିଷ ମିଶ୍ରା ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ୧୨୮ ଦିନ ଜେଲରେ ରହିବା ପରେ ଫେବୃଆରୀ ୧୫ ତାରିଖରେ ଆଶିଷ ମିଶ୍ରାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ । ଏହା ପରଠୁ ସେ ଜେଲ ବାହାରେ ଥିଲେ ।

ତେବେ ଏପ୍ରିଲ ୧୮ ତାରିଖରେ ସୁପ୍ରିମକୋର୍ଟ ତାଙ୍କ ଜାମିନକୁ ଖାରଜ କରି ଦେଇଥିଲେ । ଏଥି ସହିତ ତାଙ୍କୁ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି କଡ଼ା ସୁରକ୍ଷା ମଧ୍ୟରେ ଆଶିଷ ମାଜିଷ୍ଟ୍ରେଟ୍ ଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।

ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟ ଅଭିଯୁକ୍ତଙ୍କୁ ବେଲ୍ ଦେବା ଲାଗି ଅପ୍ରାସଙ୍ଗିକ ବିଷୟରେ ବିଚାର କରି ପିଡ଼ିତଙ୍କୁ ଶୁଣାଣି କରିବାର ଅଧିକାର ଦେଇ ନାହାନ୍ତି । ହଇକୋର୍ଟ ଦେଖାଇଥିବା ତତ୍ପରତା ହିଁ ଏହି ଜାମିନକୁ ବରଖାସ୍ତ କରିବାକୁ ପର୍ଯ୍ୟାପ୍ତ । ତେଣୁ କରି ଏହି ଆଦେଶ ଆଉ ବୈଧ ରହିବା ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଧିସ ଏନ ବି ରମଣା କହିଛନ୍ତି ।

ଉତ୍ତରପ୍ରଦେଶ ଲଖିମପୁରରେ ୩ ଅକ୍ଟୋବରକୁ କଷକଙ୍କ ରାଲି ଉପରେ ଗାଡ଼ି ମଡ଼ାଇ ଦେବା ପରେ ଏଥିରେ ୪ କୃଷକଙ୍କର ମୃତ୍ୟୁ ହୋଇଯାଇଥିଲା । ଏଥି ସହିତ ଘଟଣାସ୍ଥଳରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ଡ୍ରାଇଭର, ଜଣେ ସାମ୍ବାଦିକ ଏବଂ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ୪ କୃଷକଙ୍କ ସମେତ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଅଜୟ ମିଶ୍ରାଙ୍କ ସହିତ ୧୪ ଅଭିଯୁକ୍ତଙ୍କୁ ପୋଲିସ ହିରଫ କରିଥିଲା ।

 

Get real time updates directly on you device, subscribe now.