fbpx

ଲିଭ୍ ଇନ୍ ରେ ରହି ବିବାହ କରିବାକୁ ମନା କରିବାରୁ ଏମ. ସୁମନ କୁମାରଙ୍କୁ ବାନ୍ଧିଲା ପୋଲିସ

Advertisement

ଭୁବନେଶ୍ୱର: ଭଲ ପାଇଥିଲେ ବିବାହ କରିବେ ବୋଲି କଥା ଦେଇ ଲିଭ୍ ଇନ୍ ରେ ରହିଥିଲେ । ୨ ବର୍ଷ ଧରି ଯୁବତୀଙ୍କ ସହିତ ସମ୍ପର୍କରେ ରହିବା ପରେ ଶେଷ ହୋଇଯାଇଛି ପ୍ରେମ ଏବଂ ବଢିଯାଇଛି ଦୂରତା । ଏବେ ଏହି ଦୁରତା ଏତେ ବଢିଯାଇଛି ଯେ ପ୍ରେମିକଙ୍କୁ ଜେଲରେ ପୁରାଇ ଦେଇଛନ୍ତି ପ୍ରେମିକା ।

ଓଡ଼ିଆ ସିରିଏଲର ଜଣାଶୁଣା ଚେହେରା ଏମ.ସୁମନ କୁମାର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଲିଭ୍ ଇନ୍ ରେ ରହିବା ପରେ ଏବେ ତାଙ୍କ ସହିତ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ଜୈନିକ ଯୁବତୀ ।

ଅଭିଯୋଗ ଆଧାରରେ ମାମଲା ରୁଜ୍ଜୁ ସହ ଅଭିଯୁକ୍ତ ସୁମନଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ୨ ବର୍ଷ ଧରି ତାଙ୍କ ସହ ପ୍ରେମ ପରେ ଅଭିନେତା ଏବେ ବାହା ହେବାକୁ ମନା କରିବାରୁ ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ ।

 

Get real time updates directly on you device, subscribe now.