fbpx
BSKY SKY
BSKY SKY

ଭୁବନେଶ୍ୱରରୁ ଦିଲ୍ଲୀ ପୋଲିସକୁ ବାନ୍ଧିଲା ସିବିଆଇ, ସାଢ଼େ ୪ ଲକ୍ଷ ଲାଞ୍ଚ ନେଉଥିବା ସମୟରେ ସିବିଆଇ ହାବୁଡ଼ରେ ପଡ଼ିଲେ କନେଷ୍ଟବଲ

BSKY

ଭୁବନେଶ୍ୱରରୁ ଦିଲ୍ଲୀ ପୋଲିସକୁ ବାନ୍ଧିଛି ସିବିଆଇ । ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ସମୟରେ ସିବିଆଇ ହାବୁଡ଼ରେ ପଡ଼ିଛନ୍ତି ଦିଲ୍ଲୀ ଇଓଡବ୍ଲୁର କନେଷ୍ଟବଲ ଅମିତ ଲାହୁଚା । ଉଦୟ କୁମାର ସାହୁ ନାମକ ବ୍ୟକ୍ତିଙ୍କଠାରୁ ସାଢ଼େ ୪ ଲକ୍ଷର ଲାଞ୍ଚ ନେଉଥିଲେ ସମ୍ପୃକ୍ତ କନେଷ୍ଟବଳ ।

ଏକ ମାମଲାରେ ସାକ୍ଷୀ ତାଲିକାରୁ ନାଁ ହଟାଇବାକୁ ସେ ଏହି ଲାଞ୍ଚ ମାଗିାଥିଲେ । ପୁର୍ବରୁ ଉଦୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଥିଲେ କନେଷ୍ଟବଳ । ତେବେ ଏହି କନେଷ୍ଟବଳ ଜଣକ ଇଓଡବ୍ଲୁ ଇନ୍ସପେକ୍ଟରଙ୍କ ନିର୍ଦ୍ଦେଶରେ ଆସିଥିଲେ ବୋଲି ଜଣା ପଡିଛି । ସିବିଆଇ ଏନେଇ ସମ୍ପୃକ୍ତ ଇନ୍ସପେକ୍ଟରଙ୍କ ମଧ୍ୟ ରେଡ୍ ଜାରି ରଖିଥିବା ସୂଚନା ମିଳିଛି ।

 

 

Get real time updates directly on you device, subscribe now.