fbpx
BSKY SKY
BSKY SKY

‘ଚୌକିଦାର ଚୋର ହେ’: ଇମ୍ରାନଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରିବା ଦାବିନେଇ ରାଜରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ଲୋକ, ଦେଖନ୍ତୁ Video

BSKY

ନୂଆଦିଲ୍ଲୀ: ବେଳକୁ ବେଳ ପାକିସ୍ତାନର ରାଜନୈତିକ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଆଜି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଚୟନ କରାଯିବାକୁ ଥିବାବେଳେ ଏହି ସମୟରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଓମ୍ରାନଙ୍କ ଲକ୍ଷ ଲକ୍ଷ ସମର୍ଥକ । ଇମ୍ରାନଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଏପରିସ୍ଥଳେ ‘ଚୌକିଦାର ଚୋର ହେ’ ହେ ବୋଲି ନାରା ଶୁଣିବାକୁ ମିଳିଥିଲା ।

ଗତକାଲି ରାୱଲପିଣ୍ଡିରେ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ)ର ନେତା ଶେଖ ରଶିଦ ଏକ ର୍ୟାଲିକୁ ସମ୍ବୋଧିତ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ସେନା ବିପକ୍ଷରେ ‘ଚୌକିଦାର ଚୋର ହେ’ ବୋଲି ସ୍ଲୋଗାନ ଦେଇଥିଲେ । ଇମ୍ରାନଙ୍କୁ ପିଏମ ଆସନରୁ ହଟାଇବା ପଛରେ ସେନାଧ୍ୟକ୍ଷ ଜେନେରାଲ ବାଜୱାଙ୍କର ହାତ ରହିଥିବା କୁହାଯାଉଛି ।

ତେଣୁ ଏହାକୁ ବିରୋଧ କରି ଇମ୍ରାନଙ୍କ ସମର୍ଥନକାରୀମାନେ ଇସଲାମାବାଦ, କରାଚୀ, ପେଶାୱାର, ମାଲାକନ୍ଦ, ମୁଲତାନ, ଖେବର, ଝାଙ୍ଗ ଓ କ୍ୱେଟାରେ ନାରାବାଜୀ କରିଥିଲେ । ପାକିସ୍ତାନରେ ଚାଲିଥିବା ଏହି ବିରୋଧାଭାସକୁ ନେଇ ଇମ୍ରାନଙ୍କ ପକ୍ଷରୁ ଏକ ଭିଡିଓ ଶେୟାର କରାଯାଇଛି । ନୂଆ ଆମଦାନୀ ସରକାରଙ୍କୁ ବିରୋଧ କରି ଏହି ଐତିହାସିକ ଭିଡ଼ ପରିଲକ୍ଷିତ ହୋଇଥିବା ସେଥିରେ ଲେଖାଯାଇଛି ।

Get real time updates directly on you device, subscribe now.