fbpx
BSKY
BJD SHG SKY
BJD YOUTH SKY

ଆଉ ୫ ଜିଲ୍ଲାରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍: ଜାଣନ୍ତୁ, କେଉଁ ଜିଲ୍ଲା ପାଇଁ ମିଳିଲା କେତୋଟି ବସ୍

ଓଡ଼ିଶା ଭାସ୍କର: ପ୍ରତ୍ୟେକ ଗାଁ’ରେ ଲକ୍ଷ୍ମୀ ବସ୍ ପହଞ୍ଚାଇବା ଲକ୍ଷ୍ୟ ନେଇ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଶୁଭାରମ୍ଭ କରି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଏହି କ୍ରମରେ ଆଜି ରାଜ୍ୟର ଆଉ ୫ ଜିଲ୍ଲାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ। ସୁବର୍ଣ୍ଣପୁର, କଟକ, ଝାରସୁଗୁଡା, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଚଳିତ ଫେବୃଆରୀ ୨୧ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଚାଲିବ ବୋଲି କୁହାଯାଇଛି।

ସୂଚନା ଥାଉକି, ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି ୫ ଟି ଜିଲ୍ଲା ପାଇଁ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ତେବେ ଶୁଭାରମ୍ଭ ହୋଇଥିବା ଏହି ୫ଟି ଜିଲ୍ଲାର ମୋଟ ୭୦୦ଟି ପଞ୍ଚାୟତରେ ୨୦୫ଟି ବସ୍‌ ଚାଲୁ ହୋଇଛି । ଏଥିରେ ପ୍ରାୟ ୪୪ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାଁ ଲୋକମାନେ ଲକ୍ଷ୍ମୀ ବସ୍‌ ଜରିଆରେ ସୁବିଧାରେ ଏବଂ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ଲକ୍ଷ୍ମୀ ବସ୍‌ ଆମର ଜୀବନ ଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ। ଲୋକଙ୍କ ଇଚ୍ଛାକୁ ମୁଁ ସମ୍ମାନ ଦିଏ, ମୋ ସରକାରର ସବୁ କାର୍ଯ୍ୟକ୍ରମ ଲୋକମତ ଭିତ୍ତିରେ ଆଧାରିତ, ଲକ୍ଷ୍ମୀ ଯୋଜନା ମଧ୍ୟ ଲୋକଙ୍କ ଇଚ୍ଛାରୁ କାର୍ୟ୍ୟକାରୀ କରାଯାଇଛି। ୫T ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ ଏବଂ ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ୍‌ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କେଉଁ ଜିଲ୍ଲାରେ କେତୋଟି ବସ୍ ଗଡ଼ିବ:-

  • ସୁବର୍ଣ୍ଣପୁର: ୧୦୨ଟି ପଞ୍ଚାୟତରେ ୫୮ଟି ବସ୍‌ ଗଡିବ। ପ୍ରାୟ ୫ ଲକ୍ଷ ୭୩ ହଜାର ଲୋକ ଉପକୃତ ହେବେ।
  • କଟକ: ୨୬୧ଟି ପଞ୍ଚାୟତରେ ୪୮ଟି ବସ୍‌ ଗଡିବ। ପ୍ରାୟ ୧୮ ଲକ୍ଷ ୩୭ ହଜାର ଲୋକ ଉପକୃତ ହେବେ।
  • ଝାରସୁଗୁଡା: ୭୬ଟି ପଞ୍ଚାୟତରେ ୧୬ଟି ବସ୍‌ ଗଡିବ। ପ୍ରାୟ ୫ ଲକ୍ଷ ୬୨ ହଜାର ଲୋକ ଉପକୃତ ହେବେ।
  • କନ୍ଧମାଳ: ୧୬୪ଟି ପଞ୍ଚାୟତରେ ୫୨ଟି ବସ୍‌ ଗଡିବ। ପ୍ରାୟ ୭ ଲକ୍ଷ ୩ ହଜାର ଲୋକ ଉପକୃତ ହେବେ।
  • ସମ୍ବଲପୁର: ୯୭ଟି ପଞ୍ଚାୟତରେ ୩୧ଟି ବସ୍‌ ଗଡିବ। ପ୍ରାୟ ୭ ଲକ୍ଷ ୨୮ ହଜାର ଲୋକ ଉପକୃତ ହେବେ।

Get real time updates directly on you device, subscribe now.