fbpx

ପ୍ରକାଶ ପାଇଲା ବିଜ୍ଞପ୍ତି: ଓଡ଼ିଶା ସୂଚନା ଆୟୋଗ ଅଧିନରେ ପୂରଣ ହେବ ସିଷ୍ଟମ ଆସିଷ୍ଟାଣ୍ଟ ପଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଭୁବନେଶ୍ୱର ସ୍ଥିତ ଓଡ଼ିଶା ସୂଚନା ଆୟୋଗରେ ସିଷ୍ଟମ ଆସିଷ୍ଟାଣ୍ଟ ପଦ ପୂରଣ ହେବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଚଳିତ ମାସ ୨୯ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ମାସ ୨୮ ତାରିଖରେ ସମାପ୍ତ ହେବ । ଏପ୍ରିଲ ମାସ ୨ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନ କରିବେ ଓ ଏପ୍ରିଲ ମାସ ୪ ତାରିଖ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ଫର୍ମକୁ ସଂଶୋଧନ କରିପାରିବେ । ପ୍ରାର୍ଥୀ କମ୍ପ୍ୟୁଟର ସାଇନ୍ସ / ଇନଫର୍ମେସନ ଟେକ୍ନୋଲୋଜିରେ ବି.ଟେକ କିମ୍ବା ବି.ଇ କରିବା ସହିତ ୬୦ ପ୍ରତିଶତ ମାର୍କ ହାସଲ କରିଥିବେ । ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଏହି ନିଯୁକ୍ତି ପାଇଁ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ ।

Get real time updates directly on you device, subscribe now.