fbpx
BJD
BJD SKY
BJD SKY

“ମୁଁ ହାତ ମାରିଦେଲେ ରୋଗ ଭଲ ହେଇଯିବ, ମୋ ସହ କଥା ହେଲେ ବି ରୋଗ ଭଲ ହେଇଯିବ”; ବାବା ଆର୍ତତ୍ରାଣ

ଭୁବନେଶ୍ବର: ରାଜଧାନୀରେ ଜମିଲାଣି ଖଣ୍ଡଗିରି ମେଳା । ସନ୍ଧ୍ୟାରେ ଜମୁଛି ଭିଡ। ମାଘ ମେଳାରେ ରାଜ୍ୟ ସମେତ ରାଜ୍ୟ ବାହାରରୁ ସାଧୁସନ୍ଥମାନେ ଖଣ୍ଡଗିରିରେ ଆସି ନିଜ ନିଜର ପରାକାଷ୍ଠା ଦେଖାଉଛନ୍ତି। ବିଭିନ୍ନ ମୁଦ୍ରା​ରେ ସେମାନେ ଧ୍ୟାନ କରୁଛନ୍ତି । ଧୂନୀ ସ୍ଥାପନ କରି, ଦୀପ ଜଳାଇ ସାଧୁ ସନ୍ଥମାନେ ଧ୍ୟାନ ମଗ୍ନ ରହିବା ସହ ବିଶ୍ୱର କଲ୍ୟାଣ ପାଇଁ ଜପ ତପ ଓ ଯଂଜ୍ଞ କରୁଛନ୍ତି। ଖାଲି ସେତିକି ନୁହେଁ ସନ୍ଧ୍ୟା ହେଲେ ଯେଭଳି ଲୋକଙ୍କ ଭିଡ ଜମୁଛି ସେହିପରି ସାଧୁ ମାନଙ୍କର ବିଶ୍ୱର କଲ୍ୟାଣ ଦିଗରେ କରାଯାଉଥିବା ସଂକୀର୍ତନ, ହରିନାମ ଶଙ୍ଖ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରା ପରିବେଶ ।

ତେଣୁ ବାବାଙ୍କର ଟିକିଏ ଦର୍ଶନ ସହ ତାଙ୍କ କୃପା ଲାଭ କରିବା ବା ସେମାନଙ୍କ ପକ୍ଷରେ ଥିବା ଅଲୌକିକ ଶକ୍ତିରକୁ ଜାଣିବା ପାଇଁ ବିଭିନ୍ନ ରାଜ୍ୟରୁ ଆସିଥିବା ନାଗା ବାବାଙ୍କ ପାଖରେ ଜମୁଛି ଲୋକଙ୍କ ଭିଡ଼ । ଲମ୍ବା ଧାଡିରେ ଭକ୍ତ ମାନେ ଛିଡା ହୋଇ ବିଭୂତି ଲଗାଇ ନେଉଛନ୍ତି ଆର୍ଶୀବାଦ। ସେପଟେ ଆମ ଓଡ଼ିଶାର ଆର୍ତତ୍ରାଣ ବାବାଙ୍କ ପାଖରେ ଲୋକ ଭିଡ ଦେଖିବାକୁ ମିଳିଛି। ସେ ଖଣ୍ଡଗିରି ତପ ଭୂମି ଆସିବା ମାତ୍ରେ ଲାଗୁଛି ଲମ୍ବା ଧାଡି। ବାବା ଯାହାକୁ ଛୁଇଁ ଦେଉଛନ୍ତି ତାର ଦେହ ଭଲ ହେଇଯାଉଛି । ତେଣୁ ବାବାଙ୍କ ସାନିଧ୍ୟ ପାଇବା ପାଇଁ ଦୂରଦୂରାନ୍ତରୁ ଲୋକଙ୍କ ଲମ୍ବା ଲାଇନ ଲାଗିଛି। ସେ କହିଚନ୍ତି ” ମୁଁ ହାତ ମାରିଦେଲେ ରୋଗ ଭଲ ହେଇଯିବ ,ମୋ ସହ କଥା ହେଲେ ବି ରୋଗ ଭଲ ହେଇଯିବ “। 

Get real time updates directly on you device, subscribe now.