fbpx

ଲାଲୁ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପଙ୍କ ଟ୍ୱିଟ୍, ଖୁବ୍ ଶିଘ୍ର ଆରଜେଡିରୁ ଦେବେ ଇସ୍ତଫା

Advertisement

ବିହାର: ଆରଜେଡିରୁ ଇସ୍ତଫା ଦେବେ ଲାଲୁ ପ୍ରସାଦ ଯାଦବଙ୍କୁ ପୁଅ ତେଜପ୍ରତାପ ଯାଦବ । ତେଜ ପ୍ରତାପ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେଜ ପ୍ରତାପ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ତାଙ୍କ ପିତା ଏବଂ ଆରଜେଡି ରାଷ୍ଟ୍ରୀୟ ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିବେ ଏବଂ ତାଙ୍କ ଇସ୍ତଫା ପତ୍ର ଦେବେ। ତେଜ ପ୍ରତାପ କହିଛନ୍ତି ଯେ ସେ ସବୁବେଳେ ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରିଛନ୍ତି ଏବଂ ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନ ଦେଇଛନ୍ତି।

ତେଜପ୍ରତାପ ବବର୍ତ୍ତମାନ ହସନପୁର ଆସନରୁ ବିଧାୟକ ଅଛନ୍ତି । ମହାଗଠବନ୍ଧନ ସରକାରରେ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ । ତେଜ ପ୍ରତାପ ଯାଦବଙ୍କୁ ତିନି ଦିନ ପୂର୍ବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମା ରାବ୍ରି ଦେବୀଙ୍କ ବାସଭବନରେ ଦେଖିବାକୁ ମିଳିଥିଲା। ସେ ଇଫତାର ଭୋଜିରେ ଯୋଗଦେବା ପାଇଁ ଏଠାକୁ ଆସିଥିଲେ। ତେଜ ପ୍ରତାପ ସାନଭାଇ ତେଜସ୍ୱୀ ଯାଦବ, ମାତା ରାବ୍ରି ଦେବୀ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ବସିଥିବାର ନଜର ଆସିଥିଲେ।

ଗଣମାଧ୍ୟମ ସହ ଏକ ବାର୍ତ୍ତାଳାପରେ ତେଜ ପ୍ରତାପ କହିଛନ୍ତି ଯେ ମାମୁଁ ନୀତୀଶ ଏବଂ ଆମ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ସେ ଠିକ୍ ସମୟରେ କହିବେ, କିନ୍ତୁ ଆମ ଦ୍ୱାରା ସରକାର ଗଠନ ହେବ। ସୂଚନାଯୋଗ୍ୟ ତେଜପ୍ରତାପ ଯାଦନ ନିଜର ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ମାର୍ଚ୍ଚ ୨୬ରେ ସେ ବହୁ ନେତାଙ୍କ ଅସଲ ଚେହେରା ଲୋକ ଲୋଚନକୁ ଆଣିବେ ବୋଲି କହିଥିଲେ ।

Get real time updates directly on you device, subscribe now.