fbpx
BSKY
BJD MC SKY
BJD YOUTH SKY

ଜମି ଦାଖଲ ଖାରଜ ପାଇଁ ଆସିଲା ନୂଆ ନିୟମ, ଜାଣନ୍ତୁ

ଭୁବନେଶ୍ୱର, ୧୦ା୬(ଓଡ଼ିଶା ଭାସ୍କର): ଜମି ମ୍ୟୁଟେସନ ବା ଦାଖଲ ଖାରଜ ପାଇଁ ନୂଆ ନିୟମ ଆସିଛି । ୭ଦିନ ଭିତରେ ଜମିର ମ୍ୟୁଟେସନ ବା ଦାଖଲ ଖାରଜ ହୋଇପାରିବ । ୭ଦିନରେ ଜମିର ମ୍ୟୁଟେସନ ବା ଦାଖଲ ଖାରଜ ହୋଇପାରିବ । ବିବାଦ ନଥିଲେ ୭ଦିନରେ ଜମି ମ୍ୟୁଟେସନ କରାଯାଇପାରିବ । ପୂର୍ବରୁ ଜମି ମ୍ୟୁଟେସନ ପାଇଁ ୯୦ ଦିନ ସମୟ ଲାଗୁଥିଲା । ଏଣିକି ସପ୍ତାହକ ମଧ୍ୟରେ ସରିବ ଜମି ଦାଖଲ ଖାରଜ ପ୍ରକ୍ରିୟା । ପ୍ରକାଶଯୋଗ୍ୟ ପୂର୍ବରୁ ଜମି ମ୍ୟୁଟେସନ ପାଇଁ ଲୋକଙ୍କୁ ଅନେକ ଥର ତହସିଲ ଅଫିସ୍ ଦଉଡ଼ିବାକୁ ପଡ଼ୁଥିଲା । କେତେକ କ୍ଷେତ୍ରରେ ସେମାନଙ୍କ ଆବେଦନ ମାସ ମାସ ଧରି ପଡ଼ି ରହୁଥିଲା । ତେବେ ଜମି ମ୍ୟୁଟେସନ ନେଇ ସରକାରଙ୍କ ପକ୍ଷରୁ ନୂଆ ଗାଇଡ଼ ଲାଇନ ଜାରି ହେବା ପରେ ଲୋକଙ୍କୁ ଏହାର ସୁଫଳ ମିଳିବ । ସେମାନେ ମାତ୍ର ୭ଦିନ ମଧ୍ୟରେ ଦାଖଲ ଖାରଜ ପ୍ରକ୍ରିୟା ସାରି ପାରିବେ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.