fbpx

୧୫ଜୁନ ପରେ ବଢ଼ିବ କି ଲକଡାଉନ , ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ, ୧୦ା୬: କରୋନା ସ୍ଥିତି ଦେଶରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ତେଣୁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଥିଲା । ଏବେ ଅନଲକ ୧ରେ ସମ୍ପୂର୍ଣ୍ଣ ଲକଡାଉନ ନରହିଥିଲେ ମଧ୍ୟ କିଛିଟା କ୍ଷେତ୍ରରେ କଟକଣା ମଧ୍ୟ ବଳବତ୍ତର ରହିଛି । ଏହାରିମଧ୍ୟରେ ଜୁନ ୧୫ ପରେ ପୁଣିଥରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିବ ଗୃହମନ୍ତ୍ରଣାଳୟ ଓ ରେଳ, ବିମାନ ସେବା ବନ୍ଦ ରହିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଏହା ସମ୍ପୂର୍ଣ୍ଣ ଗୁଜବ ଏବଂ ଏପରି ଖବରକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ପିଆଇବି ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.