fbpx
BJD SKY
BJD SKY

ହିମାଚଳ ପ୍ରଦେଶରେ ଭୁସ୍ଖଳନ: ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ଗାଡ଼ି ଉପରେ ଖସିଲା ଚଟାଣ, ୯ ମୃତ

BJD

ସିମଲା: ହିମାଚଳ ପ୍ରଦେଶର କିନ୍ନୋର ଜିଲ୍ଲାରେ ରବିବାର ଭୂସ୍ଖଳନ ହେବା ପରେ ୯ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଥିସହିତ ୩ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଛିତ୍ରକୁଲରୁ ସାଙ୍ଗଲା ଆଡକୁ ଆସୁଥିବା ଏକ ପର୍ଯ୍ୟଟକଙ୍କ ଗାଡି ଉପରେ ବଟସେରୀର ଗୁନ୍ସା ନିକଟରେ ପଥର ଖସିବାକୁ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ଟେମ୍ପୋ ଟ୍ରାଭେଲରରେ ଅନେକ ଯାତ୍ରୀ ଦେଶର ବିଭିନ୍ନ ସ୍ଥାନରୁ ହିମାଚଳ ପ୍ରଦେଶକୁ ପରିଦର୍ଶନ କରିବାକୁ ଆସିଥିଲେ।

ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସବୁ ଆହତଙ୍କୁ ହସ୍ପିଟାଲ ନିଆଯାଇଛି । ପୁଲିସ୍ ର ସୂଚନା ଅନୁଯାୟୀ, ଭୁସ୍ଖଳନ ଫଳରେ ବଟସେରୀ ବ୍ରିଜ୍ ଭାଙ୍ଗି ଯାଇଛି । ତେବେ ଭୁସ୍ଖଳନ ସମୟରେ ଗାଡିରେ ୧୧ ଜଣ ଉକ୍ତ ରାସ୍ତା ଦେଇ ଆସୁଥିଲେ । ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏମାନଙ୍କ ବ୍ୟତୀତ ରାସ୍ତାରେ ଚାଲି ଚାଲି ଆସୁଥିବା ଜଣେ ବ୍ୟକ୍ତି ମଧ୍ୟ ଏଥିରେ ଆହତ ହୋଇଛି । ବର୍ତ୍ତମାନ ସେଠାରେ ପୁଲିସ୍, ଆଇଟିପିବି ଯବାନ ମାନେ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Get real time updates directly on you device, subscribe now.