(Video) କୌଣସି ରାଜ୍ୟରେ କୌଣସି ଭାଷା ଥୋପା ଯିବ ନାହିଁ, ରାଜ୍ୟ ସଭାରେ ମତ ରଖିଲା କେନ୍ଦ୍ର

ତିନି-ଭାଷା ସୂତ୍ର ପିଲାଙ୍କୁ କରିବ ସାହାଯ୍ୟ । ଛାତ୍ରଛାତ୍ରୀମାନଙ୍କୁ ହାଇ କ୍ୱାଲିଟି ବହି ଯୋଗାଯିବ ।

ନୂଆଦିଲ୍ଲୀ: କୌଣସି ରାଜ୍ୟରେ କୌଣସି ଭାଷା ଥୋପା ଯିବ ନାହିଁ ବୋଲି କେନ୍ଦ୍ର ସରକାର ବୁଧବାର ରାଜ୍ୟ ସଭାରେ କହିଛନ୍ତି । ଲିଖିତ ଉତ୍ତର ଦେଇ ଡ. ସୁକାନ୍ତ ମଜୁମଦାର କହିଛନ୍ତି ଯେ, ନ୍ୟାଶନାଲ ଏଜୁକେଶନ ପଲିସି ବା ଜାତୀୟ ଶିକ୍ଷା ନୀତି (ଏନଇପି)୨୦୨୦ର ପାରା ୪.୨୩ ଅନୁସାରେ; ସାମ୍ବିଧାନିକ ନିୟମ ଅନୁସାରେ ଥ୍ରୀ-ଲାଙ୍ଗୁଏଜ ଫର୍ମୁଲା ବା ତିନି ଭାଷା ସୂତ୍ର କାର୍ଯ୍ୟକାରୀ କରାଯିବ ।

ଏହି ସୂତ୍ର ଜାତୀୟ ଏକତା, ଲୋକଙ୍କ ଆକାଂକ୍ଷା, ଆଞ୍ଚଳିକତା ପାଇଁ ତିନି ଭାଷା ସୂତ୍ରର ଆବଶ୍ୟକତା ରହିଛି । ଏହି ସୂତ୍ରର ବିଶେଷତ୍ୱ ରହିଛି, କିନ୍ତୁ କୌଣସି ରାଜ୍ୟରେ କୌଣସି ଭାଷାକୁ ଥୋପାଯିବ ନାହିଁ ବୋଲି ସେ କହିଛନ୍ତି ।

ଏହି ତିନି ଭାଷା ସୂତ୍ରକୁ ଚୟନ ସେମାନେ ନିଜ ଇଚ୍ଛାରେ ରାଜ୍ୟ ଓ ଅଞ୍ଚଳକୁ ନେଇ କରିଥାନ୍ତି । ଏହି ୩ ଭାଷା ଭିତରୁ ୨ଟି ଭାରତର ନିଜସ୍ୱ ବୋଲି ସିପିଆଇ (ଏମ୍) ନେତା ଡ. ଜନ୍ ବ୍ରିିଟାସଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି, ଯେଉଁ ଛାତ୍ରଛାତ୍ରୀମାନେ ଏହି ୩ ଭାଷା ମଧ୍ୟରୁ ଷଷ୍ଠ ଏବଂ ସପ୍ତମ ଶ୍ରେଣୀରେ ଭାଷା ପରିବର୍ତ୍ତନ କରିପାରିବାର ସୁବିଧା ରହିଛି । ଏନଇପି ୨୦୨୦ ପିଲାମାନଙ୍କୁ ଏ ସୁବିଧା ଯୋଗାଇଦେଉଛି ।

ଏନଇପି -୨୦୨୦ ପାରା ୪.୧୨ରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ୨ ବର୍ଷରୁ ୮ ବର୍ଷ ବୟସର ପିଲାମାବେ ଅତି ସହଜରେ ଯେକୌଣସି ଭାଷାକୁ ସହଜରେ ଗ୍ରହଣ କରିନିଅନ୍ତି । ବହୁଭାଷୀ ହେବା ବର୍ତ୍ତମାନର ଷ୍ଟୁଡେଣ୍ଟମାନଙ୍କ ପାଇଁ ବଡ଼ ଉପଲବ୍ଧି ଓ ଦରକାରୀ । ସେମାନେ ଅତିକମ୍ ବୟସରୁ ଏକାଧିକ ଭାଷା ଆରୋହଣ କରିପାରିବେ ।

ସବୁ ଭାଷାକୁ ମନୋରଞ୍ଜନ ଏବଂ ଆକର୍ଷଣୀୟ ଭାବେ ପଢ଼ାଯାଇପାରିବ । ଛୋଟବେଳୁ ଆଞ୍ଚଳିକ ଭାଷା କହିବା ଏବଂ ଲେଖିବା ଜାଣିବା ପରେ ପଢ଼ିବାର କୌଶଳ ସହଜ ହୋଇଥାଏ । ତୃତୀୟ ଶ୍ରେଣୀରୁ ଆରମ୍ଭ କରି ଆଗାମୀ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ୟ ଭାଷା ଲେଖିବା ଓ ପଢ଼ିବା ମଧ୍ୟ ସହଜ ହୋଇଯାଏ ପିଲାଙ୍କ କ୍ଷେତ୍ରରେ ।

ଟେକନୋଲୋଜି ସାହାଯ୍ୟରେ ଆଜିକାଲି ଯେକୌଣସି ଭାଷାକୁ ସହଜରେ ବୁଝିବା, ପଢ଼ିବା ସମ୍ଭବପର ହୋଇପାରିଛି । ଆଞ୍ଚଳିକ ଭାଷାରେ ହାଇ କ୍ୱାଲିଟି- ଟେକ୍ସବୁକ୍ ଏନିପି-୨୦୨୦ ଦ୍ୱାରା ତିଆରି କରାଯିବ । ଯାହା ଶିକ୍ଷକମାନଙ୍କୁ ଶିକ୍ଷା ଗ୍ରହଣରେ ଆଗ୍ରହ ଯୋଗାଇବ ।

ଏ ସଫଳତାକୁ ହାସଲ କରିବା ପାଇଁ ସରକାର ସ୍କୁଲ ଏବଂ କଲେଜଗୁଡ଼ିକରେ ଏକାଧିକ ଭାଷାରେ ପଢ଼ିବା ବ୍ୟବସ୍ଥା କରିଛନ୍ତି । ସରକାର ଭାରତୀୟ ଭାଷାରେ ପଢ଼ା ମ୍ୟାଟେରିଆଲ ମଧ୍ୟ ଯୋଗାଉଛନ୍ତି ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଆଞ୍ଚଳିକ ଭାଷାରେ ପାଠ ପଢ଼ିପାରିବେ ।