fbpx

ବିପୁଳ ପରିମାଣରେ ବେଆଇନ୍ ବିଦେଶୀ ମଦ ଜବତ, ୩ ଗିରଫ

ସମ୍ବଲପୁର: ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ସଫଳତା । ସମ୍ବଲପୁର କ୍ଷେତରାଜପୁର ଥାନା ଅଞ୍ଚଳରୁ ବେଆଇନ ଭାବେ ଚାଲାଣ ହେଉଥିବା ପ୍ରଚୁର ପରିମାଣର ବିଦେଶୀ ମଦ ଜବତ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ପାର୍ବଣ ସମୟରେ ସମ୍ବଲପୁରରେ ସମସ୍ତ ମଦ ଦୋକାନ ବନ୍ଦ ରହିଥିବାବେଳେ ଏହାକୁ ବେଆଇନ୍ ଭାବେ ବିକ୍ରି କରିବାକୁ ବୁର୍ଲା ନିଆଯାଉଥିବା ବେଳେ ଲକ୍ଷ୍ମୀ ଦୁଙ୍ଗୁରି ଅଞ୍ଚଳରେ ପୋଲିସ ଅଭିଯୁକ୍ତଙ୍କୁ ଧରିଥିବା ସୂଚନା ମିଳିଛି । ମୋଟ୍ ୧୪ ଟି ପେଟିରେ ୫୮୪ ବିଦେଶୀ ମଦ ସହ ଏକ ଅଟୋ ଜବତ କରାଯାଇଥିଲା । ବର୍ତ୍ତମାନ ଏହି ଘଟଣାକୁ ନେଇ ପୋଲିସ ଅହୁରି ସତର୍କ ରହିଛି ।

 

Get real time updates directly on you device, subscribe now.