ଓଡିଶା ଭାସ୍କର : ଚଳିତ ବର୍ଷ ଶେଷ ଚନ୍ଦ୍ରଗ୍ରହଣ ୨୮-୨୯ ଅକ୍ଟୋବରରେ ଲାଗିବ । ଏହା ମଧ୍ୟରାତ୍ରରୁ ଆରମ୍ଭ ହୋଇ ତାର ପର ଦିନ ରହିବ । ଏହା ହେଉଛି ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ, ଯାହା ଭାରତରେ ଅଧିକାଂଶ ରାଜ୍ୟରେ ଦେଖିବାକୁ ମିଳିବ । ଜ୍ୟୋତିଷ୍ୟ ମାନଙ୍କ କହିବା ଅନୁସାରେ ଚନ୍ଦ୍ରଗ୍ରହଣ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ଗ୍ରହଣ ଲାଗିବ ।
ଏହି ଚନ୍ଦ୍ରଗ୍ରହଣ ଅଷ୍ଟ୍ରେଲିଆ, ୟୁରୋପ, ଉତ୍ତର ଆମେରିକା, ଏସିଆ, ହିନ୍ଦ ମହାସାଗର, ଆଟଲାଣ୍ଟିକ ଏବଂ ଆଣ୍ଟ୍ରାଟିକାରେ ଦେଖା ଯିବ । ଏହି ଚନ୍ଦ୍ରଗ୍ରହଣ ୨୮ ଅକ୍ଟୋବର ରାତି ୧୧ ଟା ୩୨ ରୁ ଆରମ୍ଭ ହେବ ଏବଂ ୩ଟା ୫୬ ମିନିଟରେ ଶେଷ ହେବ । ଏହା ପରେ ୨୯ ଅକ୍ଟୋବର ରାତି ୧ ଟା ୪୪ ମିନିଟରୁ ଆରମ୍ଭ ହୋଇ ୨ଟା ୨୪ ମିନିଟରେ ଶେଷ ହେବ । ଏହାର ଅର୍ଥ ଏହି ଚନ୍ଦ୍ରଗ୍ରହଣର ପ୍ରଭାବ ଅଧିକ ରହିବ ।
ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ତେବେ ପାକ ନିଶେଦ୍ଧ ହେବ ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ପାକ ନିଶେଦ୍ଧ ହେବ । ୨୮-୨୯ ଅକ୍ଟୋବର ଚନ୍ଦ୍ରଗ୍ରହଣରେ ୨୮ ଅକ୍ଟୋବର ସନ୍ଧ୍ୟା ୪ ଟା ୪୪ ମିନିଟରେ ଲାଗିବ । ଏହି ସମୟରେ କୌଣସି ପୂଜା ପାଠ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ । ଚନ୍ଦ୍ରଗ୍ରହଣ ଲାଗିବା ପରେ ମନ୍ଦିରର କବାଟ ବନ୍ଦ ହେବ । ଏବଂ ଏହି ସମୟରେ ଦେବୀ ଦେବତାଙ୍କ ମୂର୍ତ୍ତି ଛୁଇଁବା କଥା ନୁହେଁ ।