fbpx

ସରିଲା ଶେଷକୃତ୍ୟ: ପଞ୍ଚଭୂତରେ ବିଲିନ ହେଲେ ଟାଣୁଆ ନେତା ବିଷ୍ଣୁ ସେଠୀ

ତିହିଡି: ପଞ୍ଚଭୂତରେ ବିଲୀନ ହେଲେ ଧାମନଗର ବିଧାୟକ ବିଷ୍ଣୁ ସେଠୀ । ଜନ୍ମମାଟୀ ତିହିଡି ମଙ୍ଗରାଜପୁରରେ ସମ୍ପନ୍ନ ହେଲା ଶେଷକୃତ୍ୟ । ବିଳମ୍ବିତ ରାତିରେ ପୁଣ ସୂର୍ଯ୍ୟବଂଶୀ ସୂରଜ ବାପାଙ୍କୁ ଦେଲେ ମୁଖାଗ୍ନି । ତେବେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଲେ ସମର୍ଥକ ଏବଂ ପ୍ରିୟଜନ ।

ତେବେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କର ଦେହାନ୍ତ ହୋଇଥିଲା ।ସେ ବହୁଦିନ ଧରି କିଡନୀ ରୋଗରେ ପିଡିତ ଥିଲେ । ଯାହାଫଳରେ ସେ ଭୂବନେଶ୍ୱରର ଏମ୍ସ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ତେବେ ତାଙ୍କର ମୃତ୍ୟୁ ବିଷୟରେ ଏମ୍ସ ନୀରକ୍ଷକ ପ୍ରଭାସ ରଞ୍ଜନ ତ୍ରିପାଠୀ ଏହି ସୂଚନା ଦେଇଥିଲେ ।

ଜଣେ ନେତା ନୁହେଁ ବରଂ ବିରୋଧୀ ଦଳର ଉପନେତା ଥିଲେ ବିଷ୍ଣୁ ସେଠୀ ।ଲୋକମାନଙ୍କ ହକ ପାଇଁ ବିଧାନ ସଭା ଠାରୁ ଆରମ୍ଭ କରି ରାଜରାସ୍ତା ପର୍ୟ୍ୟନ୍ତ ତାଙ୍କର ରଣ ହୁଙ୍କାର ଶୁଣବାକୁ ମିଳୁଥିଲା । ଯାହାକି ଚିର ଦିନ ପାଇଁ ନିସ୍ତବ୍ଦ ହୋଇ ଗଲା ।
ବିରୋଧୀ ମାନଙ୍କର ଆଗ ଧାଡିର ନେତା ଥିଲେ ବିଷ୍ଣୁ ସେଠୀ ।

ଦଳ ବିଚାର ସହିତ ଦଳର ନୀତି ଆଦର୍ଶ ସହିତ ସବୁ ବେଳେ ଖାପ ଖୁଆଇ କାର୍ଯ୍ୟ କରୁଥିଲେ ଶ୍ରୀ ସେଠୀ । ନିଜର ଶାଣିତ ସ୍ୱରରେ ସରକାରଙ୍କୁ ପ୍ରଶ୍ନ କରିବାକୁ ସତସାହାସ ରଖୁଥିଲେ । ସଙ୍ଗଠକ ଠାରୁ ଆରମ୍ଭ କରି ସାହିତ୍ୟିକ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ବହୁତ । ସାମ୍ବାଦିକ ଠାରୁ ଆରମ୍ଭ କରି ସମ୍ପାଦକିୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପାରଙ୍ଗମ୍ୟ ହାସଲ କରିଥିଲେ । ସରକାରୀ ଚାକିରୀକୁ ଛାଡି ରାଜନୀତିରେ ପାଦ ଦେଇଥିବା ସେଠୀ ପ୍ରଥମେ ଚାନ୍ଦବାଲି ବିଧାୟକ ଏବଂ ପରେ ଧାମନଗରରୁ ବିଧାୟକ ପଦରେ ନିର୍ବାଚିତ ହୋଇଥିଲେ ।

Get real time updates directly on you device, subscribe now.