fbpx

ଏଠାରେ ଜୀବନ୍ତ ଲୋକ କରନ୍ତି ନିଜର ଅନ୍ତିମ ସଂସ୍କାର

ସାଧାରଣତଃ ଲୋକମାନେ ମରିବା ପରେ ହିଁ ସେମାନଙ୍କର ଅନ୍ତିମ ସଂସ୍କାର ହେବା କଥା ତ ସମସ୍ତେ ଜାଣନ୍ତି । କିନ୍ତୁ ଜୀବିତ ଲୋକଙ୍କର ଅନ୍ତିମ ସଂସ୍କାର ହେବା କେବେ ଶୁଣିଛନ୍ତି କି? ସ୍ୱୟଂ ନିଜର ଅନ୍ତିମ ସଂସ୍କାର କରିବା ଦେଖିଛନ୍ତି କି ? କିନ୍ତୁ ଏଭଳି ଘଟଣା ଦକ୍ଷିଣ କୋରିଆ ଦେଖିବାକୁ ମିଳିଛି, ଯେଉଁଠାରେ ଲୋକମାନେ ଜୀବନକୁ ବୁଝିବା ସହ ଏହାକୁ ସୁଧାରିବା ପାଇଁ ମୃତ୍ୟୁର ସ୍ୱାଦ ଚାଖନ୍ତି । ଜୀବନକୁ ଭଲ ଭାବେ ବୁଝିବାର ଏହି ଉପାୟକୁ ସେମାନେ ‘ ଲିଭିଙ୍ଗ ଫ୍ୟୁନରଲ’ ବୋଲି କହିଥାନ୍ତି ।

ତେବେ ଏହି ପ୍ରକ୍ରିୟା ସମୟରେ ଜଣେ ବ୍ୟକ୍ତି ୧୦ ମିନିଟ ପର୍ଯ୍ୟନ୍ତ କଫନ ଭିତରେ ରହିଥାନ୍ତି । ମୃତ୍ୟୁ ପରେ ଯେପରି ଅନ୍ତିମ ସଂସ୍କାର କରାଯାଏ, ସେହିପରି ବ୍ୟକ୍ତି ଜଣକ କଫନରେ ଶୋଇବା ପୂର୍ବରୁ କରିଥାନ୍ତି । ଦକ୍ଷିଣ କୋରିଆରେ ଗତ ୭ ବର୍ଷ ମଧ୍ୟରେ ପ୍ରାୟ ୨୫,୦୦୦ ଜୀବିତ ଲୋକ ନିଜର ଅନ୍ତିମ ସଂସ୍କାର କରିସାରିଛନ୍ତି ।

Get real time updates directly on you device, subscribe now.