fbpx
BJD
BJD SKY
BJD SKY

ଏନ୍‌କାଉଣ୍ଟରରେ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ମୃତ !

ଉତ୍ତରପ୍ରଦେଶ, ୧୦/୭:  ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି।  କାନପୁରକୁ ଆଣିବା ବେଳେ ଖସି ପଳାଇବାକୁ ଚେଷ୍ଟା କରିଥିଲା ବିକାଶ। ଖସି ପଳାଇବାକୁ ଯାଉଥିବା ବେଳେ ଠେଲାପେଲା ହୋଇ କାନପୁର ନିକଟରେ STF ଗାଡ଼ି ଓଲଟି ପଡିଥିଲା। ପରେ ପୋଲିସଠାରୁ ବନ୍ଧୁକ ନେବାକୁ ଚେଷ୍ଟା କରୁଥିବା ବେଳେ ଏନ୍‌କାଉଣ୍ଟର କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଗତକାଲି ଗିରଫ ହୋଇଥିଲା । ଉଜ୍ଜୟିନୀରୁ ଗ୍ୟାଙ୍ଗଷ୍ଟରକୁ ଗିରଫ କରିଥିଲା ପୋଲିସ । କାନପୁର ଗୁଳିକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲା ବିକାଶ । ଆଠ ଜଣ ପୋଲିସ କର୍ମଚାରୀଙ୍କ ହତ୍ୟାକଣ୍ଡ ପରେ ସେ ଫେରାର ଥିଲା । ପୋଲିସ କର୍ମଚାରୀଙ୍କ ହତ୍ୟାକାଣ୍ଡ ଘଟଣାର ୭ଦିନ ପରେ ଗିରଫ ହୋଇଥିଲା ବିକାଶ ।

 

Get real time updates directly on you device, subscribe now.