fbpx

ସାବଧାନ! ଆସନ୍ତା ୨ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୦/୦୭(ଓଡିଶା ଭାସ୍କର): ଓଡ଼ିଶା ଉପରେ ଘୂର୍ଣ୍ଣିବଳୟର ସମ୍ଭାବନା ନଥିଲେ ବି ଆସନ୍ତା ଦୁଇଦିନ ରାଜ୍ୟର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ କରିଛି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି ।

ପାଣିପାଗ ବିଭାଗର ସୂଚନା ମୁତାବକ, ଶୁକ୍ରବାର ରାଜ୍ୟର କେତେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ମାଲକାନଗିରି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁରରେ ଘଡ଼ଘଡ଼ି ସହ ଅସରାଏ ବଡ଼ ବର୍ଷା ହୋଇପାରେ । ଆସନ୍ତା ଦୁଇଦିନ ଏଭଳି ପାଗ ରହିବ । ତା’ ପରଦିନ ବର୍ଷା ପରିମାଣ ଆହୁରି କମିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ତାଜା ଅପଡେଟ ଦିଆଯାଇଛି।

Get real time updates directly on you device, subscribe now.