fbpx

ବିଳମ୍ବରେ ଖାଦ୍ୟ ସେବନ କରିବା ଦ୍ୱାରା ଆପଣଙ୍କ ବ୍ରେନ୍ ପ୍ରଭାବିତ ହୋଇଥାଏ: ରିସର୍ଚ୍ଚ

ନୂଆଦିଲ୍ଲୀ: ଖାଇବାକୁ ନେଇ ସମସ୍ତଙ୍କର ଭିନ୍ନ ଭିନ୍ନ ପସନ୍ଦ ଓ ତରିକା ଥାଏ । ଅନେକ ଲୋକ ବ୍ୟସ୍ତବହୁଳ ବା ଅନ୍ୟ କାରଣରୁ ଠିକ୍ ସମୟରେ ଖାଦ୍ୟ ଖାଇ ପାରି ନଥାନ୍ତି । ତେବେ ଏହା ପରବର୍ତ୍ତୀ ସମୟରେ ଅନେକ ରୋଗର କାରଣ ସାଜିଥାଏ । ସେହିପରି ଯଦି ଆପଣ ଠିକ୍ ସମୟରେ ଖାଦ୍ୟ ସେବନ କରିବେ ତେବେ ଏହା ଆପଣଙ୍କର ବ୍ରେନର ସ୍ୱାସ୍ଥ୍ୟକୁ ଠିକ୍ ରଖିବାରେ ସହାୟକ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଏହି ଷ୍ଟଡିରୁ ଜଣାପଡ଼ିଛି ବିଶ୍ୱର ପାଖାପାଖି ୫.୫ କୋଟି ଲୋକ ଖାଇବାରେ ଅନିୟମିତତା କାରଣରୁ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି । ଏହା ଦ୍ୱାରା ବ୍ରେନର ବୀମାରୀ ଆଶଙ୍କା ବୃଦ୍ଧି ପାଉଛି । ସାଧାରଣ ଭାବେ ଆମେ ଗ୍ରହଣ କରୁଥିବା ଖାଦ୍ୟ ଶରୀର ମଧ୍ୟକୁ ସମ୍ପୂର୍ଣ୍ଣ ଭାବେ ପହଞ୍ଚିବା ପାଇଁ ୩ରୁ ୪ ଘଣ୍ଟା ସମୟ ଲାଗିଥାଏ । ତେଣୁ ପ୍ରତ୍ୟେକ ଭୋଜନ ମଧ୍ୟରେ ୪ ଘଣ୍ଟାର ବ୍ୟବଧାନ ରହିବା ଜରୁରୀ । ଯଦି ଆପଣ ଠିକ୍ ସମୟରେ ଭୋଜନ ନ କରିବେ ତେବେ ଏହାର କୁପ୍ରଭାବ ଆପଣଙ୍କର ମସ୍ତିଷ୍କ ଉପରେ ପଡ଼ିବ ।

ଆମକୁ ସକାଳ ୧୦ରୁ ୧୧ଟା ମଧ୍ୟରେ ଭୋଜନ କରିନେବା ଦରକାର । ଏହାଦ୍ୱାରା ଶରୀରକୁ ଦିନ ସାରା କାର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ଶକ୍ତି ମିଳିପାରିବ । କିଛି ଲୋକ ଚା’, ଜଳଖିଆ ଖାଇ ରାତିର ଭୋଜନ କରିଥାନ୍ତି, ଯାହାକି ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ । ଦିନର ଭୋଜନ ଶାରୀରିକ ପରିଶ୍ରମ ଅନୁଯାୟୀ ଓ ରାତ୍ରିର ଭୋଜନ ହାଲୁକା ହେବା ଦରକାର । ତେଣୁ ସକାଳୁ ବିଛଣାରୁ ଉଠିବାର ୩୦ ମିନିଟ ପରେ ଜଳଖିଆ କରିନେବା ଦରକାର ।

ରାତି ୧୦ଟା ପରେ ଖାଦ୍ୟ ସେବନ କରିବା ଦ୍ୱାରା ଆପଣଙ୍କୁ ଠିକରେ ନିଦ ଆସିବାରେ ବାଧା ସୃଷ୍ଟି ହୋଇଥାଏ । ଖାଇବା ସମୟରେ କୌଣସି ପ୍ରକାରର ଜଲଦବାଜୀ କରିବା ଅନୁଚିତ । ଖାଇବାକୁ ନେଇ ଏଇସବୁ ଛୋଟ ଭୁଲ୍ ଆପଣଙ୍କୁ ବଡ଼ ଅସୁବିଧାରେ ପକାଇପାରେ ।

Get real time updates directly on you device, subscribe now.