fbpx

ମନ ଖୋଲି ହସିଲେ ସୁସ୍ଥ ରହିବେ: ହାର୍ଟ ଆଟାକ୍ ଓ ଷ୍ଟ୍ରୋକର ସମ୍ଭାବନା କମ୍

AAKASH

ହସିଲେ ରୋଗ ମୁକ୍ତ ହେବା କଥା ଆମେ ସମସ୍ତେ ଜାଣିଛେ, ମାତ୍ର ଏହାକୁ କେତେ ମାତ୍ରାରେ କାମରେ ଲଗାଉଛେ ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ କଥା । ହସ ଏକ ଏପରି ଔଷଧ ଯାହା ଦ୍ୱାରା କଠିନରୁ କଠିନତମ ରୋଗକୁ ଦୂରେଇ ଦିଆ ଯାଇପାରେ । ଅଧିକାଂଶ ପରିବାରରେ ବଡ଼ ପାଟି କରି ହସିବା ଉପରେ କଟକଣା ରହିଥାଏ । ମାତ୍ର ଆପଣ ଏପରି ଆଦୌ ବି କରନ୍ତୁ ନାହିଁ ।

ଯଦି ଆପଣଙ୍କ ଘରେ କେହି ଖୋଲା ହୃଦୟରେ ଶବ୍ଦ କରି ହସୁଛନ୍ତି ତେବେ ତାଙ୍କୁ ହସିବାକୁ ଦିଅନ୍ତୁ ଓ ନିଜେ ତାହାକୁ ଉପଭୋଗ କରନ୍ତୁ । ହସିବା ଦ୍ୱାରା ଏଣ୍ଡୋର୍ଫିନ ନାମକ ଏକ ହରମୋନ୍ ଶରୀରରୁ ନିର୍ଗତ ହୋଇଥାଏ, ଯାହାଦ୍ୱାରା ଆପଣ ଆନନ୍ଦ ଅନୁଭବ କରିଥାନ୍ତି । ଏହି ହରମୋନ୍ ଆପଣଙ୍କୁ ମାନସିକ ଚାପରୁ ମୁକ୍ତି ଦେଇଥାଏ । ହସିବା ଦ୍ୱାରା ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

ସବୁବେଳେ ହସୁଥିବା ଲୋକଙ୍କ କ୍ଷେତ୍ରରେ ହାର୍ଟ ଆଟାକ୍ ଓ ଷ୍ଟ୍ରୋକ୍ର ସମ୍ଭାବନା କମ୍ ଥାଏ । ହସିବା ଦ୍ୱାରା ଆପଣଙ୍କ ଶରୀରରେ ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇଥାଏ । ଯଦି ଆପଣଙ୍କୁ ନିଦ ଆସିବାରେ ସମସ୍ୟା ହେଉଛି ତେବେ ଆପଣ ହସିବା ଆରମ୍ଭ କରିଦିଅନ୍ତୁ । ହସିବା କେବଳ ସ୍ୱାସ୍ଥ୍ୟ ନୁହେଁ, ବରଂ ସୌନ୍ଦର୍ଯ୍ୟ ପାଇଁ ବି ଜରୁରୀ । ଭଲ ହସୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ନିଦ୍ରାହୀନତା ପରି ସମସ୍ୟା ପ୍ରାୟ କମ୍ ଦେଖାଯାଏ ।

Get real time updates directly on you device, subscribe now.