fbpx

ପର୍ଯ୍ୟଟକଙ୍କ ସ୍ୱର୍ଗ ଲାବାସାରେ ନିର୍ମାଣ ହେବ ପ୍ରଧାନମନ୍ତ୍ରୀଙ୍କ ୨୦୦ ମିଟର ଉଚ୍ଚତା ପ୍ରତିମୁର୍ତ୍ତି! ଜାଣନ୍ତୁ କ’ଣ ପାଇଁ ଏବଂ କାହିଁକି ଉଠିଛି ଏହି ଚର୍ଚ୍ଚା

ନୂଆଦିଲ୍ଲୀ: ପୁନେର ଲାବାସାରେ ଖୁବ୍‌ଶୀଘ୍ର ଅନାବରଣ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୨୦୦ ମିଟର ଉଚ୍ଚତାର ଭବ୍ୟ ପ୍ରତିମୁର୍ତ୍ତି । ଯାହା ଦୁନିଆର ସର୍ବୋଚ୍ଚ ପ୍ରତିମୁର୍ତ୍ତିର ମାନ୍ୟତା ମଧ୍ୟ ପାଇବ । ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ଲାବାସା ମହାରାଷ୍ଟ୍ରର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଅଟେ । ଏଠାରେ ପର୍ଯ୍ୟଟକମାନେ ସ୍ୱର୍ଗର ଅନୁଭୁତି ପାଇଥାନ୍ତି । କୁହାଯାଉଛି ଯେ, ୩୧ ଡିସେମ୍ବର ୨୦୨୩ ପୁର୍ବରୁ ବା ସେହିଦିନ ଏହି ପ୍ରତିମୁର୍ତ୍ତି ଅନାବରଣ ହେବାର ସମ୍ଭାବନା ରହିଛି ।

ଏହି କାର୍ଯ୍ୟକ୍ରମରେ ଇସ୍ରାଏଲ୍‌, ଜର୍ମାନୀ, ଫ୍ରାନ୍ସ, ୟୁଏଇ, ସାଉଦୀ ଆରବ ଏବଂ ଆମେରିକା ଦୁତାବାସ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି । ଯାହା ଏହିକାର୍ଯ୍ୟକ୍ରମକୁ ବୈଶ୍ୱିକ କରିବାରେ ସାହାଯ୍ୟ କରିବ । ଏହି ପ୍ରତିମୁର୍ତ୍ତି ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୁରଦର୍ଶୀ ନେତୃତ୍ୱ ଏବଂ ରାଷ୍ଟ୍ରର ଅଖଣ୍ଡ ଏକତା ପାଇଁ କରୁଥିବା ପ୍ରୟାସ ପାଇଁ ସମର୍ପିତ ହେବ ।

ଡାରୱିନ୍ ପ୍ଲାର୍ଟଫର୍ମ ଇନ୍‌ଫ୍ରାଷ୍ଟ୍ରକଚର୍ ଲିମିଟେଡ୍‌(ଡିପିଆଇଏଲ୍‌) ଲବାସାରେ ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କର ପ୍ରତିମୁର୍ତ୍ତିରେ ଏକ ଅନ୍ତିମ ଛାପ ଛାଡ଼ିବାକୁ ଚେଷ୍ଟା କରୁଛି । ଯାହା ଦୂରଦର୍ଶୀ ନେତୃତ୍ୱ ଏବଂ ରାଷ୍ଟ୍ରର ଅଖଣ୍ଡତା ପାଇଁ କାର୍ଯ୍ୟ କରିବାକୁ ପ୍ରେରିତ କରିବ । ନ୍ୟାସନାଲ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (ଏନସିଏଲଟି) ଅଜୟ ହରିନାଥ ସିଂଙ୍କ ନେତୃତ୍ୱାଧୀନ ଡାରୱିନ୍ ପ୍ଲାଟଫର୍ମ ଗ୍ରୁପ୍ ଅଫ୍ କମ୍ପାନୀ (ଡିପିଜିସି) ସପକ୍ଷରେ ଲାବାସା ସ୍ମାର୍ଟ ସିଟି ପାଇଁ ରିଜୋଲ୍ୟୁସନ୍ ଯୋଜନାକୁ ଅନୁମୋଦନ କରିବା ସହିତ ଏହି ଚମତ୍କାର ପ୍ରତିମୂର୍ତ୍ତିର ଦୃଷ୍ଟିକୋଣ ବର୍ତ୍ତମାନ ବାସ୍ତବ ହେବାକୁ ଯାଉଛି ।

Get real time updates directly on you device, subscribe now.