fbpx

Mission ’24 ପାଇଁ ଟିମ ଇଣ୍ଡିଆର ନୂଆ ରଣନୀତି: ଟି୨୦ ବିଶ୍ୱକପରେ ରୋହିତ-କୋହଲିଙ୍କ ବିନା ଖେଳିବ ଭାରତ!

ନୂଆଦିଲ୍ଲୀ: ଆଗାମୀ ଅକ୍ଟୋବରରେ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । ଦୀର୍ଘ ୧୨ ବର୍ଷ ପରେ ଭାରତ ପାଖରେ ବିଶ୍ୱକପ ଟ୍ରଫି ହାତେଇବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି । ତେବେ ବର୍ତ୍ତମାନ ଦିନିକିଆ ବିଶ୍ୱକପ ଉପରେ କ୍ରିକେଟପ୍ରେମୀଙ୍କ ନଜର ରହିଥିବା ବେଳେ ବିସିସିଆଇ କରୁଛି ନୂଆ ରଣନୀତି । ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଭାରତ ନୂଆ ଚାଲ୍ ଚଳାଇଛି । ୧୮ ବର୍ଷ ପରେ ପୁଣି ବିଶ୍ୱବିଜେତା ହେବା ପାଇଁ ବିସିସିଆଇ ଚଳାଇଛି Mission ’24 ।

India tour of West Indies 2023: Hardik Pandya to lead in T20Is? | Cricket  News – India TV

ଦିନିକିଆ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତ ଥିବା ବେଳେ ୨୦୨୪ ଟି-୨୦ ବିଶ୍ୱକପ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ଏହି ଦିନିକିଆ ବିଶ୍ୱକପ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଶେଷ ବିଶ୍ୱକପ ବୋଲି କୁହାଯାଉଛି । ତେଣୁ ଆସନ୍ତାବର୍ଷ ଟି-୨୦ ବିଶ୍ୱକପରେ ନୂଆ ଅଧିନାୟକ ଏବଂ ଯୁବ ଖେଳାଳିଙ୍କୁ ନେଇ ଖେଳିପାରେ ଟିମ ଇଣ୍ଡିଆ । ତେବେ ଏହି ଦଳର ନେତୃତ୍ୱ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିପାରେ । ସେହିପରି ଦୀର୍ଘ ଦିନରୁ ଟି-୨୦ ଦଳରୁ ବାଦ୍ ପଡୁଛନ୍ତି ରୋହିତ ଏବଂ ବିରାଟ । ଅର୍ଥାତ୍ ଭାରତୀୟ ଦଳ ବର୍ତ୍ତମାନ ଏହି ଦୁଇ ଖେଳାଳିଙ୍କ ବିକଳ୍ପ ଖୋଜିବା ଆରମ୍ଭ କରିଦେଇଛି । ରୋହିତଙ୍କ ସ୍ଥାନରେ ଓପନିଙ୍ଗ କରିବା ପାଇଁ ଋତୁରାଜ ଗାଏକ୍ୱାଡ, ଯଶସ୍ୱୀ ଜଏସ୍ୱାଲ ଇଶାନ କିଶାନ, ଏବଂ ଶୁଭମନ ଗିଲ ସର୍ବଶ୍ରେଷ୍ଠ ବିକଳ୍ପ ରହିଛନ୍ତି । ସେହିପରି ବିରାଟଙ୍କ ବିକଳ୍ପ ଭାବରେ ମଧ୍ୟକ୍ରମ ପାଇଁ ତିଲକ ବର୍ମା, ଶିବମ ଦୁବେ ଏବଂ ରିଙ୍କୁ ସିଂହଙ୍କୁ ସ୍ଥାନ ଦେଇପାରେ ଟିମ ମ୍ୟାନେଜମେଣ୍ଟ । ଏହାବ୍ୟତୀତ ପେସ୍ ଆଟାକରେ ବାମହାତୀ ବୋଲର ଅର୍ଶଦୀପ ସିଂହ ଏବଂ ପ୍ରସିଦ୍ଧ କ୍ରୀଷ୍ଣାଙ୍କ ଉପରେ ନଜର ରଖିଛି ବିସିସିଆଇ ।

WI vs IND: Team India Messing Up Its ODI World Cup 2023 Preparations With  Untimely Experimentation

ବର୍ତ୍ତମାନ ଆସନ୍ତା ୱେଷ୍ଟଇଣ୍ଡିଜ ଏବଂ ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଅଧିକାଂଶ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି କ୍ରିକେଟ ବୋର୍ଡ । ଏହାବ୍ୟତୀତ ଏସିଆନ୍ ଗେମ୍ସରେ ମଧ୍ୟ ଯୁବ ଖେଳାଳିଙ୍କୁ ନେଇ ମୁକାବିଲା କରିବେ ଷ୍ଟାର ଓପନର ତଥା ଅଧିନାୟକ ଋତୁରାଜ ଗାଏକ୍ୱାଡ । ଏହି ୩ଟି ସିରିଜ ପାଇଁ ଅନେକ ଯୁବ ତାରକାଙ୍କ ନାଁ ଦଳରେ ସାମିଲ ରହିଛି । ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା କିଛି ଯୁବ ପ୍ରତିଭା ଋତୁରାଜ ଗାଏକ୍ୱାଡ, ଯଶସ୍ୱୀ ଜଏସ୍ୱାଲ, ରିଙ୍କୁ ସିଂହ ଏବଂ ଶିବମ ଦୁବେଙ୍କୁ ଏହି ଦଳରେ ସୁଯୋଗ ଦିଆଯାଉଛି । ତେବେ Mission ’24 ପାଇଁ ଭାରତ କେଉଁମାନଙ୍କୁ ନେଇ ଦଳ ଗଢିବ ତାହା ଉପରେ ନଜର ରହିବ ।

Get real time updates directly on you device, subscribe now.