fbpx

ପ୍ରତ୍ୟେକ ମାସରେ YouTube ରୁ ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି ନିତିନ : ନିଜେ କହିଲେ ଉପାୟ

ନୂଆଦିଲ୍ଲୀ : କେନ୍ଦ୍ରୀୟ ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ସବୁ ବେଳେ ନିଜ ଭାଷଣକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଅଧିକାଂଶ ସେ ହୃଦୟକୁ ସ୍ପର୍ଶ କରିବା ଭଳି କଥା କହିଥାନ୍ତି । ତେବେ ବର୍ତ୍ତମାନ ନିତିନ ନିଜର ରୋଜଗାରକୁ ନେଇ ଖୁଲାସା କରିଛନ୍ତି । କହିଛନ୍ତି ଯେ, ପ୍ରତ୍ୟେକ ମାସରେ ୟୁଟୁବରୁ ତାଙ୍କର ଭଲ ରୋଜଗାର ହୋଇଯାଉଛି ।

ନିତିନଙ୍କ ସବସ୍କ୍ରାଇବର : କୁହାଯାଉଛି ଯେ ୟୁଟୁବରେ ନିତିନ ଗଡକରୀଙ୍କ ୫ ଲକ୍ଷ ୬୪ ହଜାର ସବସ୍କ୍ରାଇବର ଅଛନ୍ତି । ଏବେ ପର୍ଯ୍ୟନ୍ତ ୟୁଟୁବରେ ୨୫୦୦ରୁ ଅଧିକ ଭିଡିଓ ସେୟାର କରିଛନ୍ତି । ନିତିନଙ୍କ ୟୁଟୁବ ଚ୍ୟାନାଲରେ ଏବେ ପର୍ଯ୍ୟନ୍ତ ୫୫ ମିଲିୟନ ଭ୍ୟୁ ଆସୁଛି ।

ପ୍ରତ୍ୟେକ ମାସରେ ୩ଲକ୍ଷ ରୋଜଗାର : ନିତିନ ଗଡକରୀ ଇଣ୍ଡିଆନ ଏକ୍ସପ୍ରେସର କାର୍ଯ୍ୟକ୍ରମରେ ନିଜର ୟୁଟୁବ ରୋଜଗାରକୁ ନେଇ ସୂଚନା ଦେଇଥିଲେ । କହିଥିଲେ ଯେ, ୟୁଟୁବରୁ ପ୍ରତ୍ୟେକ ମାସରେ ସେ ୩ଲକ୍ଷ ରୋଜଗାର କରୁଛନ୍ତି । ଏହା ସହ ସେ କହିଥିଲେ ଯେ, ସଚ୍ଚୋଟ ଭାବରେ ରୋଜଗାର କରିବା ହେଉଛି ମୋର ମନ୍ତ୍ର ଏବଂ ସର୍ଟକର୍ଟର କେବେ ବି କିଛି ଲାଭ ହୁଏ ନାହିଁ ।

କିପରି କରନ୍ତି ୟୁଟୁବ ଚ୍ୟାନାଲରୁ ରୋଜଗାର :ନିତିନ କହିଥିଲେ , ‘ ମୁଁ ହିନ୍ଦି, ଇଂରାଜୀ ଓ ମରାଠୀରେ ଭାଷଣ ଦେଉଛି । ନିଜ ଭାଷଣକୁ ରେକର୍ଡ କରି ୟୁଟୁବ ଚ୍ୟାନାଲରେ ଅପଲୋଡ କରିଦେଉଛି । ମୁଁ ୨୦୧୫ରେ ନିଜର ୟୁଟୁବ ଚ୍ୟାନାଲର ଆରମ୍ଭ କରିଥିଲି । ଲୋକେ ମୋର ଭାଷଣକୁ ଶୁଣନ୍ତି ଏବଂ ସେଥିରେ ଭଲ ଭ୍ୟୁ ମଧ୍ୟ ଆସେ । ମୋର ଭାଷଣକୁ ଆମେରିକାର ଲୋକେ ବହୁତ ଅଧିକ ଶୁଣିଥାନ୍ତି ।’

Get real time updates directly on you device, subscribe now.