fbpx

ଏସ୍‌ବିଆଇ ଶାଖାରୁ କୋଟିଏ ଟଙ୍କାର ସୁନା ଚୋରି, ଷ୍ଟ୍ରଙ୍ଗରୁମ୍‌ରେ କୌଣସ ତାଲା ଭାଙ୍ଗିନଥିବାରୁ ବଢ଼ିଲା ସନ୍ଦେହ: ୪ ଜଣଙ୍କୁ ପଚରାଉଚରା ଜାରି

କୋରାପୁଟ, (ଭାସ୍କର ନ୍ୟୁଜ୍‌): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଏକ ବଡ଼ଧରଣର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ବ୍ୟାଙ୍କରୁ ଏକ କେଜି ୬୧୦ ଗ୍ରାମ ସୁନା ଲୁଟ୍‌ ହୋଇଥିବା ନେଇ ଶାଖା ପରିଚାଳକ ଥାନାରେ ଅଭିଯୋଗ କରାଯାଇଛି। ଚୋରି ହୋଇଥିବା ସୁନାର ମୂଲ୍ୟ ଏକ କୋଟି ଟଙ୍କା ବୋଲି ଆକଳନ କରାଯାଇଛି । ଅଭିଯୋଗ ମିଳିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ଅଞ୍ଚଳକୁ ଛାନ୍‌ ଭିନ୍ କରିଥିବା ଜଣାପଡ଼ିଛି।

ଲକ୍ଷ୍ମୀପୁର ଥାନା ଆଇଆଇସି ଶ୍ୱେତପଦ୍ମା ସେଠ୍ କହିଛନ୍ତି ଯେ, ଟିମ୍‌କୁ ସୁରାକ ମିଳିସାରିଛି । ତାରି ଆଧାରରେ ତଦନ୍ତ ଆଗେଇଛି । ଖୁବ୍‌ଶୀଘ୍ର ଲୁହର ପର୍ଦ୍ଦାଫାସ ହେବ ବୋଲି କହିଛନ୍ତି । ସବୁଠୁ ବଡ଼ କଥା ହେଲା ବ୍ୟାଙ୍କ ଭିତରେ ଥିବା ଷ୍ଟ୍ରଙ୍ଗରୁମ୍‌ର କୌଣସି ତାଲା ଭଙ୍ଗାଯାଇନି ସନ୍ଦେହ ଉପୁଜିଛି। ।  ଏତେ ପରିମାଣ ସୁନା ଗାଏବ କେମିତି ହେଲା ।ତାକୁ ନେଇ ଚାଲିଛି ତନାଘନା । ଏହା ପଛରେ ବ୍ୟାଙ୍କ କର୍ମଚାରୀଙ୍କ ହାତଥିବା ସନ୍ଦେହ କରାଯାଉଛି । ଏସ୍‌ଡିପିଓ ଶ୍ରୀ ନାୟକ କହିଛନ୍ତି, ୪ ଜଣଙ୍କୁ ପଚରାଉଚରା କରାଯାଉଛି । ବହୁଶୀଘ୍ର ପୁଲିସ୍‌କୁ ସଫଳତା ମିଳିବ ।

Get real time updates directly on you device, subscribe now.