fbpx

ଶେଷ ହେଲା ଛଟେଇ ପର୍ଯ୍ୟାୟ, ବର୍ଷ ୨୦୨୩ରେ ୨୦% ବଢିବ କର୍ମଚାରୀଙ୍କ ଦରମା: ସର୍ଭେ

Advertisement

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ କମିବ ଛଟେଇ ହାର। ଗୁରୁବାର ନଉକ୍ରି ଡଟ୍ କମ୍ ସର୍ଭେରେ ଦର୍ଶାଯାଇଛି ୨୦୨୩ ର ପ୍ରଥମ ପର୍ଯ୍ୟାୟରେ କମ୍ ଛଟେଇ ହେବ, କିନ୍ତୁ ଏଥିରେ କୁହାଯାଇଛି ଯେ ‘ଆଇଟି ଭୂମିକା ଏବଂ ବରିଷ୍ଠ ବୃତ୍ତିଗତମାନେ ଅଧିକ ପ୍ରଭାବିତ ହେବେ’। ଏହି ସର୍ଭେରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଚଳିତ ବର୍ଷ ଭାରତୀୟ କର୍ମଚାରୀମାନଙ୍କର ଦରମା ପ୍ରାୟ ୨୦% ବୃଦ୍ଧି ପାଇବେ।

ଘରୋଇ କ୍ଷେତ୍ରରେ ଚାକିରି ପ୍ରଦାନ କରୁଥିବା କିମ୍ବା ବିଭିନ୍ନ ନିଯୁକ୍ତି ବିଷୟରେ ସୂଚନା ଦେଉଥିବା ଅନଲାଇନ୍ ପୋର୍ଟାଲ୍ ନଉକ୍ରି ଡଟ୍ କମ୍ ନିକଟରେ ୧,୪୦୦ ନିଯୁକ୍ତିଦାତା ଏବଂ ପରାମର୍ଶଦାତାଙ୍କ ଉପରେ ଏକ ସର୍ଭେ କରିଥିଲା। ଅଧିକାଂଶ ନିଯୁକ୍ତିଦାତା ୨୦୨୩ ର ପ୍ରଥମାର୍ଦ୍ଧରେ କମ୍ ଛଟେଇର ଭବିଷ୍ୟବାଣୀ କରୁଥିବାବେଳେ ୪% କହିଛନ୍ତି ଯେ ସେମାନଙ୍କ ସଂସ୍ଥାରେ ଛଟେଇ ଏବଂ ହ୍ରାସ କରିବା ପ୍ରାଧାନ୍ୟ ଦେବ।

ସର୍ଭେରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ, ବୀଜନେସ୍ ଡେଭେଲପମେଣ୍ଟ, ମାର୍କେଟିଂ, ହ୍ୟୁମାନ ରିସୋର୍ସ ଏବଂ ପରିଚାଳନା ବିଭାଗ ସାମାନ୍ୟ ପ୍ରଭାବିତ ହୋଇପାରେ। ତେବେ ନବ ନିଯୁକ୍ତମାନଙ୍କ ଉପରେ ବହୁତ୍ କମ୍ ପ୍ରବାବ ପଡ଼ିପାରେ। ଅବଶ୍ୟ, ବିଶ୍ୱ ଚାକିରୀ ବଜାରରେ ଅନିଶ୍ଚିତତା ସତ୍ତ୍ୱେ ୯୨% ନିଯୁକ୍ତିଦାତା ନୂତନ ବର୍ଷର ପ୍ରଥମାର୍ଦ୍ଧରେ ନିଯୁକ୍ତିକୁ ନେଇ ଆଶାବାଦୀ ଅଛନ୍ତି। ସର୍ବେକ୍ଷଣ କରାଯାଇଥିବା ପ୍ରାୟ ଅର୍ଦ୍ଧେକ ନୂତନ ଏବଂ ବଦଳ ନିଯୁକ୍ତି ଆଶା କରନ୍ତି, ୨୯% କେବଳ ନୂତନ ନିଯୁକ୍ତି ସୃଷ୍ଟି ଆଶା କରନ୍ତି ଏବଂ ୧୭% ସେମାନଙ୍କ ହେଡକାଉଣ୍ଟ୍ ବଜାୟ ରଖିବାକୁ ଚାହାଁନ୍ତି।

ଏହି ସର୍ଭେରେ କୁହାଯାଇଛି ଯେ ଭାରତୀୟ କର୍ମଚାରୀମାନେ ଉଲ୍ଲେଖନୀୟ ବୃଦ୍ଧି ପାଇବେ ବୋଲି ଆଶା କରାଯାଉଥିବା ବେଳେ ସର୍ବେକ୍ଷଣ କରାଯାଇଥିବା ମୋଟ ନିଯୁକ୍ତିଦାତାମାନଙ୍କ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ ହାରାହାରି ୨୦% ବୃଦ୍ଧି ହେବାର ପୂର୍ବାନୁମାନ କରିଛନ୍ତି। ସେହିପରି ସର୍ଭେରୁ ଜଣାପଡିଛି ଯେ ଭାରତରେ କ୍ୟାମ୍ପସ ନିଯୁକ୍ତିକୁ ନେଇ ଅନେକ ଆଶାବାଦୀ ଅଛନ୍ତି। ଯାହା ଚାକିରିର ସୁଯୋଗ ଖୋଜୁଥିବା ଆଶାୟୀଙ୍କ ପାଇଁ ଏହା ଏକ ଖୁସି ଖବର।

Get real time updates directly on you device, subscribe now.