fbpx
BSKY
BJD SHG SKY
BJD MC SKY

PGIMER ନିଯୁକ୍ତି ବିଜ୍ଞପ୍ତି: LDC, ଆସିଷ୍ଟାଣ୍ଟ, ଟେକ୍ନିସିଆନ, ଅଫିସ ଆଟେଣ୍ଡାଣ୍ଟ, ସୁରକ୍ଷାକର୍ମୀ ପଦ ଖାଲି

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖବର । ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ପିଜିଆଇଏମଇଆର), ଚଣ୍ଡିଗଡ଼ ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଗ୍ରୁପ-ଏ ଓ ଗ୍ରୁପ-ବି’ର ବିଭିନ୍ନ ପଦରେ ନିଯୁକ୍ତି ଦିଆଯିବ । ରିସେପସନିଷ୍ଟ, ବଏଲରମ୍ୟାନ, ଟେକ୍ନିସିଆନ, ଏଲଡିସି, ସିଏସଆର ଆସିଷ୍ଟାଣ୍ଟ, ଅଫିସ ଆଟେଣ୍ଡାଣ୍ଟ, ସୁରକ୍ଷାକର୍ମୀ ଆଦି ବିଭିନ୍ନ ପଦ ଖାଲି ରହିଛି ।

ଜୁନ୍ ମାସ ୧୩ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ମାସ ୧୩ ତାରିଖରେ ସମାପ୍ତ ହେବ । ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ପ୍ରାର୍ଥୀମାନେ ୧୫୦୦ ଓ ଏସସି / ଏସଟି ପ୍ରାର୍ଥୀମାନେ ୮୦୦ ଟଙ୍କାର ଆବେଦନ ଫିସ୍ ଭରିବେ । ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ଏହି ଫିସ୍ ଛାଡ଼ କରାଯାଇଛି । ଫିସ୍ ଡେବିଟ / କ୍ରେଡିଟ କାର୍ଡ / ନେଟ ବ୍ୟାଙ୍କିଂ ମାଧ୍ୟମରେ ଗ୍ରହଣ କରାଯିବ ।

ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ଦରମା ହାର ଅଲଗା ଅଲଗା ରହିଛି । ଗ୍ରୁପ-୧ ପଦ ପାଇଁ ମୋଟ ୧୦୦ ମାର୍କର ପରୀକ୍ଷା ହେବ । ସେଥିରେ ୮୫ ମାର୍କ ଲିଖିତ ପରୀକ୍ଷା ଓ ୧୫ ମାର୍କ ସାକ୍ଷାତକାର ପାଇଁ ରହିଛି । ସେହିପରି ଗ୍ରୁପ-ବି ଓ ଗ୍ରୁପ-ସି ପଦ ପାଇଁ ମୋଟ ୧୦୦ ମାର୍କର ପରୀକ୍ଷା କରାଯିବ । ସେଥିରେ ସାକ୍ଷାତକାର ଆୟୋଜନ କରାଯିବ ନାହିଁ ।

ଅନଲାଇନ୍ ଆବେଦନ ଲିନଙ୍କ: https://cdn.digialm.com/EForms/configuredHtml/2650/82131/Index.html

ନୋଟିଫିକେସନ ଲିଙ୍କ: https://cdn.digialm.com//per/g01/pub/726/EForms/image/ImageDocUpload/11/1115656158706312241266.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://pgimer.edu.in/PGIMER_PORTAL/PGIMERPORTAL/home.jsp

Get real time updates directly on you device, subscribe now.