fbpx

Indian Navyରେ ଅଗ୍ନିବୀର ପଦରେ ନିଯୁକ୍ତିର ସୁଯୋଗ: ଜାଣନ୍ତୁ କେବେ ଆରମ୍ଭ ହେବ ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ: ଭାରତୀୟ ନୌସେନା ତରଫରୁ ଅଗ୍ନିବୀର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥିମାନେ ନୌସେନାର ଅଫିସିଆଲ ୱେବସାଇଟ joinindiannavy.gov.in ଜରିଆରେ ଅନଲାଇନ ଆବେଦନ କରିପାରିବେ । ତେବେ ଏହି ଆବେଦନ ପ୍ରକ୍ରିୟାରେ ୩ଟି ପଦବୀରେ ନିଯୁକ୍ତି ମିଳିପାରିବ । ଏହି ପଦବୀରେ ନିଯୁକ୍ତି ପାଇଁ ଆସନ୍ତା ୨୬ ତାରିଖରୁୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ତେବେ ରେଜିଷ୍ଟ୍ରେସନ ପାଇଁ ଜୁଲାଇ ୨ ତାରିଖକୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।

ଏହାର ମେରିଟ ଲିଷ୍ଟ ଅକ୍ଟୋବର ମାସରେ ପ୍ରକାଶ ପାଇବ ବୋଲି ନୌସେନା ତରଫରୁ ସୂଚନା ଦିଆଯାଇଛି । ଏହି ପଦରେ ଆବେଦନ କରିବା ସମୟରେ ପ୍ରାର୍ଥିଙ୍କୁ ଆବେଦନ ପତ୍ର ସହିତ ୬୦ ଟଙ୍କା ଏବଂ ଜିଏସଟି ଖର୍ଚ୍ଚ ଦେବାକୁ ପଡିବ । ଇଚ୍ଛୁକ ପ୍ରାର୍ଥି ଶିକ୍ଷା ମନ୍ତ୍ରାଳୟ ବା ସରକାରୀ ଅନୁଦାନପ୍ରାପ୍ତ ବୋର୍ଡ ଅଫ ସ୍କୁଲ ଏଜୁକେସନରୁ ଦଶମ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ପ୍ରାର୍ଥିଙ୍କ ବୟସ ନଭେମ୍ବର ୧, ୨୦୦୨ରୁ ୩୦ ଏପ୍ରିଲ, ୨୦୦୬ ମଧ୍ୟରେ ହୋଇଥିବା ଆବଶ୍ୟକ । ତେବେ ଏଥିପାଇଁ କେବଳ ଅବିବାହିତ ପୁରୁଷ/ମହିଳା ଭାରତୀୟ ନୌସେନାର ଅଗ୍ନିବୀର ପଦ ପାଇଁ ଆବେଦନ କରିପାରିବେ ।

ପ୍ରାରମ୍ଭିକ ସ୍କ୍ରିନିଙ୍ଗ ଟେଷ୍ଟ ଏବଂ ଅନ୍ତିମ ସ୍କ୍ରିନିଙ୍ଗ ଟେଷ୍ଟରେ ତାଙ୍କର ପ୍ରଦର୍ଶନରେ ଯୋଗ୍ୟତା ଆଧାରରେ ଏହି ନିଯୁକ୍ତିର ଚୟନ କରାଯିବ । ପ୍ରାରମ୍ଭିକ ତଦନ୍ତରେ ଶରୀରିକ ମାନକ ମଧ୍ୟ ସାମିଲ ରହିଥାଏ ଏବଂ ଏଥିରେ କ୍ୱାଲିଫାଏ କରିବା ଆବଶ୍ୟକ । ସମସ୍ତ ପ୍ରାର୍ଥିଙ୍କ ମଧ୍ୟରୁ ଏକ ମେରିଟ ଲିଷ୍ଟ ପ୍ରସ୍ତୁତ କରାଯିବ ।

Get real time updates directly on you device, subscribe now.