fbpx
BSKY
BJD SHG SKY
BJD MC SKY

ବଢିଲା ଗ୍ରୀଷ୍ମ ଛୁଟି: ରାଜ୍ୟରେ ପ୍ରଚଣ୍ଡ ଖରା ଯୋଗୁଁ ଜୁନ ୧୯ରେ ଖୋଲିବନି ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ କରା ଏବଂ ଅସହ୍ୟ ତାତି ରାଜ୍ୟବାସୀଙ୍କୁ କଲବଲ କରୁଛି । ତେଣୁ ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ପିଲାମାନଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ନଜରରେ ରଖି ଗ୍ରୀଷ୍ମ ଛୁଟିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ପୂର୍ବ ନିର୍ଦ୍ଦେଶ ଅନୁସାରେ,ଜୁନ ୧୯ ତାରିଖରେ ସ୍କୁଲ ଖୋଲିବା ପାଇଁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏହି ସମୟକୁ ପରିବର୍ତ୍ତନ କରାଯାଇଛି । ନୂଆ ନିର୍ଦ୍ଦେଶ ଅନୁସାରେ ଜୁନ୍ ୨୧ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ ।

Get real time updates directly on you device, subscribe now.