fbpx
BSKY
BJD MC SKY
BJD YOUTH SKY

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଅନେକ ପଦବୀ ଖାଲି: ଆସିଷ୍ଟାଣ୍ଟ, LDC, UDC, MTS ପୋଷ୍ଟରେ ମିଳିବ ନିଯୁକ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ସାଇଣ୍ଟିଷ୍ଟ ‘ବି’, ଅପର ଡିଭିଜନ କ୍ଲର୍କ (ୟୁଡିସି), ଆସିଷ୍ଟାଣ୍ଟ ଲ’ ଅଫିସର, ଆସିଷ୍ଟାଣ୍ଟ, ଜୁନିୟର ଟେକ୍ନିସିଆନ, ଡାଟା ଏଣ୍ଟ୍ରି ଅପରେଟର, ଲୋୟର ଡିଭିଜନ କ୍ଲର୍କ (ଏଲଡିସି), ଫିଲ୍ଡ ଆଟେଣ୍ଡାଣ୍ଟ, ମଲ୍ଲି-ଟାସ୍କିଂ ଷ୍ଟାଫ (ଏମଟିଏସ) ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ମିଳିବ ।

ସାଇଣ୍ଟିଷ୍ଟ ‘ବି’, ଆସିଷ୍ଟାଣ୍ଟ ଲ’ ଅଫିସର, ଆସିଷ୍ଟାଷ୍ଟ, ଆକାଉଣ୍ଟସ ଆସିଷ୍ଟାଣ୍ଟ ଆଦି ପଦବୀ ପାଇଁ ସର୍ବାଧିକ ବୟସ ଯୋଗ୍ୟତା ୩୫ ବର୍ଷ ରହିଛି । ସେହିପରି ଅପର ଡିଭିଜନ କ୍ଲର୍କ, ଡାଟା ଏଣ୍ଟ୍ରି ଅପରେଟର, ଜୁନିୟର ଲ୍ୟାବ୍ ଆସିଷ୍ଟାଣ୍ଟ, ଲୋୟର ଡିଭିଜନ କ୍ଲର୍କ, ଫିଲ୍ଡ ଆଟେଣ୍ଡାଣ୍ଟ ଆଦି ପଦବୀ ପାଇଁ ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ରହିଥିବା ସର୍ବାଧିକ ବୟସ ଯୋଗ୍ୟତା ୨୭ ବର୍ଷ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: Available Soon

ଅଫିସିଆଲ୍ ୱେବସାଇଟ୍ ଲିଙ୍କ: https://cpcb.nic.in/

Get real time updates directly on you device, subscribe now.