fbpx
BSKY SKY
BSKY SKY

ପୌର କର୍ମଚାରୀଙ୍କୁ ମିଳିବ ସଂଶୋଧିତ ପେନସନ୍! ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଭଲ ଖବର ଆସିଛି । ଅବସରପ୍ରାପ୍ତ ପୌର କର୍ମଚାରୀମାନେ ଏଣିକି ରାଜ୍ୟ ସରକାରୀ କର୍ମଚାରୀଙ୍କ ଭଳି ପେନସନ ସୁବିଧା ପାଇବେ । ପୂର୍ବରୁ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ଏହି ସୁବିଧା ମିଳୁଥିବା ବେଳେ ଏବେ ପୌର କର୍ମଚାରୀମାନେ ଏହି ସୁବିଧା ପାଇବେ ।

ସୂଚନା ମୁତାବକ, ସଂଶୋଧିତ ବେତନ, ପେନସନ ଓ ପରିବାର ପେନସନ ଜାନୁଆରୀ ୨୦୧୬ ଅନୁଯାୟୀ, ଏଣିକି ରାଜ୍ୟର ପୌର ପେନସନଧାରୀମାନେ ୮୦ ବର୍ଷ ବୟସ ପୂରଣ କରିବା ପରେ ଅତିରିକ୍ତ ପେନସନ ପାଇବେ । ଏ ବାବଦରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ସଂଶୋଧିତ ପେନସନ ସମ୍ପର୍କରେ ସୂଚନା ଦିଆଯାଇଛି ।

ରାଜ୍ୟ ସରକାରଙ୍କ ଅଧିନସ୍ଥ ପେନଧାରୀଙ୍କୁ ୮୦ରୁ ୮୫ ବର୍ଷ ପୂରଣ କରିବା ପରେ କର୍ମଚାରୀ / ପରିବାରଙ୍କୁ ୨୦ ପ୍ରତିଶତ ଅତିରିକ୍ତ ପେନସନ ଦିଆଯାଉଛି । ସେହିପରି ୮୫-୯୦, ୯୦-୯୫, ୯୫-୧୦୦ ଓ ୧୦୦ରୁ ଅଧିକ ବୟସ କ୍ଷେତ୍ରରେ ୩୦, ୪୦, ୫୦ ଓ ଶତ ପ୍ରତିଶତ ଅତିରିକ୍ତ ପେନସନ ପ୍ରଦାନ କରାଯାଉଛି । ମହାନଗର ନିଗମ ଓ ପୌର ପେନସନଧାରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ପାଇଁ ବହୁବାର ଓଡ଼ିଶା ମହାନଗର ନିଗମ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଦାବି ହୋଇ ଆସୁଥିଲା । ଶେଷରେ ସବୁଆଡ଼କୁ ବିଚାରକୁ ନେଇ ରାଜ୍ୟ ସରକାର ପେନସନ ବ୍ୟବସ୍ଥାରେ ସଂଶୋଧନ ଆଣିଛନ୍ତି । ନୂଆ ନିୟମ ଲାଗୁ ହେବା ପରେ ପୂର୍ବରୁ ୧୦ ହଜାର ଟଙ୍କାର ପେନସନ ପାଉଥିବା ଅବସରପ୍ରାପ୍ତ ପୌର କର୍ମଚାରୀ ଏବେ ୮୦ ବର୍ଷ ପରେ ଆଉ ୨ ହଜାର ଟଙ୍କା ଅଧିକ ପାଇବେ ।

Get real time updates directly on you device, subscribe now.