fbpx

ବିଶ୍ୱରେ ସୃଷ୍ଟିହେଲା ହଲଚଲ: ଚୀନରେ ୨୦ ଦିନରେ ୨୫ କୋଟି କରୋନା ପଜିଟିଭ୍, ଲିକ୍ ହେଲା ଗୁରୁତ୍ୱପୂର୍ଣ୍ଣ ଡାଟା!

ନୂଆଦିଲ୍ଲୀ: ଚୀନରେ କୋଭିଡ ଜିରୋ ପଲିସୀ ପରେ ଦେଶର ଅବସ୍ଥା ଏବେ ଭୟଙ୍କର ଭାବେ ବିଗିଡ଼ି ଯାଇଛି । ଏହି ଦେଶରୁ ଅନେକ ଦେଶକୁ ସଂକ୍ରମଣ ବ୍ୟାପି ଚାଲିଛି । ତେବେ ଏହା ମଧ୍ୟରେ ଚୀନର ଅସଲ ମୁଖା ଖୋଲି ଯାଇଛି । ଦେଶର ସ୍ୱାସ୍ଥ୍ୟ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଲିକ୍ ହୋଇଯାଇଛି । ଗତ ୨୦ ଦିନ ମଧ୍ୟରେ ଦେଶରେ ୨୫ କୋଟି ଲୋକ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି । ତେବେ ଆସନ୍ତା ତିନି ମାସ ମଧ୍ୟରେ ଚୀନର ୬୦ ପ୍ରତିଶତରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେବାର ଆଶଙ୍କା ରହିଛି ।

ପୁଣି ଥରେ କରୋନା ଭାଇରସକୁ ନେଇ ହାହାକାର ମଚିଯାଇଛି । ତେବେ ନୂଆ ରିପୋର୍ଟ ସାମ୍ନାକୁ ଆସିବେ ଏବେ ସାରା ବିଶ୍ୱବାସୀଙ୍କର କରୋନାକୁ ନେଇ ଆହୁରି ଭୟ ବଢ଼ିଯାଇଛି । ସରକାରୀ ଦସ୍ତାବିଜ ଲିକ୍ ହେବା ପରେ ତାହା ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଏକ ମାସ ପୂର୍ବରୁ ଜିରୋ କୋଭିଡ୍ ପଲିସି ଛାଡ଼ ହେବା ପରେ ଏହି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ।

ଏକ ମିଡ଼ିଆ ରିପୋର୍ଟ ମୁତାବକ, ଚୀନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗର ଏକ ବୈଠକରେ ସଂକ୍ରମଣ ସମ୍ବନ୍ଧିତ ତଥ୍ୟ ପ୍ରସ୍ତୁତ କରାଯାଇଥିଲା । ଏହି ବୈଠକ କେବଳ ୨୦ ମିନିଟ ପର୍ଯ୍ୟନ୍ତ ଚାଲିଥିବା ବେଳେ ଏବେ ଉକ୍ତ ଡାଟା ଲିକ୍ ହୋଇଯାଇଛି । ତଥ୍ୟ ମୁତାବକ, ୨୦ ଡିସେମ୍ବର ସୁଦ୍ଧା ୨୪.୮ କୋଟି ଲୋକ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ । ତାହା ଚୀନର ଜନଂସଖ୍ୟାର ୧୭.୬୫ ପ୍ରତିଶତ । ତେବେ ୨୦ ଡିସେମ୍ବରରେ ସରକାରୀ ଅଧିକାରୀଙ୍କ ଦ୍ୱାରା ପ୍ରଦତ୍ତ କୋଭିଡ୍ ତଥ୍ୟ ଏହାଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା ବୋଲି ଏକ ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.