fbpx

ଶିଖର ବୈଠକରେ ପୁଟିନଙ୍କ ଫୁଙ୍ଗୁଳା ଦେହକୁ ପରିହାସ କଲେ ଜି୭ ନେତା

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଘୋଡା ଚଢିଥିବା ଫୁଙ୍ଗୁଳା ଦେହ ଫଟୋକୁ ସମାଲୋଚନା କରିଛନ୍ତି ଜି୭ ନେତା। ଜର୍ମାନୀର ମୁନିକଠାରେ ଅନୁଷ୍ଠିତ ଜି୭ ବୈଠକରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଟାଣୁଆ ଫଟୋକୁ ବିଦ୍ରୁପ କରି ଥଟ୍ଟା କରିଥିଲେ।

ବଭେରିଆର ମନୋରମ ଏଲ୍‌ମାଉ କ୍ୟସେଲ୍‌ରେ (ଦୁର୍ଗ) ଜର୍ମାନ୍‌ ଚାନ୍‌ସେଲର୍‌ ଓଲାଫ୍‌ ସୋଲ୍‌ଜ୍‌ଙ୍କଦ୍ବାରା ଆୟୋଜିତ ୭ଟି ଶକ୍ତିଶାଳୀ ଗଣତନ୍ତ୍ରର ଶିଖର ସମ୍ମିଳନୀର ଟେବୁଲ୍‌ ପାଖରେ ବସିବା ବେଳେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପଚାରିଥିଲେ: “ଜ୍ୟାକେଟ ପିନ୍ଧିବି? ନା ଓଲ୍ହାଇପକାଇବି ? ଆମେ କଣ ଆମର କୋଟ୍ ଓଲ୍ହାଇପକାଇବା କି?” ଏହି ବିଷୟରେ ଜି ନେତା ମାନେ କିଛି ସମୟ ଚିନ୍ତା କରିଥିଲେ।

ଜନସନଙ୍କ ପ୍ରଶ୍ନ ପରେ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପରାମର୍ଶ ଦେଇଥିଲେ ଯେ ସେମାନେ ଅଫିସିଆଲ୍ ଫାଟୋଶୁଟ ପରେ ପୋଷାକ ଓଲ୍ହାଇବେ। ଏହି ସମୟରେ, ଜନସନ କହିଥିଲେ ଯେ ଆମକୁ ପୁଟିନଙ୍କଠାରୁ କଠୋର ବୋଲି ଦେଖାଇବାକୁ ହେବ। ଏହାପରେ ଏହି କଥାକୁ ନେଇ ଜି୭ ନେତାମାନେ ହସମଜା କରିଥିଲେ।

ପୁଟିନଙ୍କ ୨୦୦୯ ଏକ ଘୋଡା ଉପରେ ବସି ଫୁଙ୍ଗୁଳା ଦେହର ଫଟୋ ଉଦେଶ୍ୟରେ ଟ୍ରୁଡୋ କହିଥିଲେ ଆମେ ମଧ୍ୟ ସାର୍ଟ ଓଲ୍ହାଇ ଘୋଡା ଚଢିବା।

ଏହାପରେ ୟୁରୋପୀୟ ୟୁନିୟନର ସଭାପତି ଉର୍ସୁଲା ଭନ୍ ଡେର୍ ଲେନ୍ କହିଥିଲେ ଯେ ଘୋଡା ଚଢିବା ସର୍ବୋତ୍ତମ ଅଟେ।

ଏହିସମୟରେ ଜନସନ କହିଥିଲେ “ସେମାନଙ୍କୁ ଆମର ଆମ ଶରୀର ଟାଣୁଆ ମାଂସପେଶୀ(୬ ପ୍ୟାକ) ଦେଖାଇବାକୁ ପଡିବ।”

Get real time updates directly on you device, subscribe now.