fbpx

ଗଭୀର ନିଦରେ କିପରି ଶୋଇବେ, ଜାଣନ୍ତୁ ସବୁଠାରୁ ସହଜ ଉପାୟ

Advertisement

ଓଡିଶା ଭାସ୍କର : ରାତିସାରା ଏପଟ ସେପଟ ହୋଇ ନିଦ ନ ହେବା ଲୋକମାନଙ୍କ ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଆଣିଥାଏ । ତେବେ ଶୋଇବା ପୂର୍ବରୁ ଫୋନ ଏବଂ ମୋବାଇଲରୁ ଦୂରେଇ ରୁହନ୍ତୁ । ଶୋଇବାର ୪ -୫ ଘଣ୍ଟା ପୂର୍ବରୁ କଫିନ ଜିନିଷ ଯେପରି ଚା, କଫିରୁ ଦୂରେଇ ରୁହନ୍ତୁ । ପ୍ରତି ଦିନ ରାତିରେ ଶୋଇବା ପୂର୍ବରୁ ଏକ କପ ଉସୁମ ଖିର ପିଅନ୍ତୁ । ଯଦି ଆପଣ ଖିର ପିଅନ୍ତି ନାହିଁ ତେବେ ଆପଣ କୌଣସି ହରବାଲ ଟି ମଧ୍ୟ ପିଇ ପାରିବେ । ଭଲ ନିଦ ପାଇଁ ସନ୍ଧ୍ୟାରେ ୩୦ ମିନିଟ ପର୍ଯ୍ୟନ୍ତ ୱାର୍କ ଆଉଟ କରନ୍ତୁ । ରାତିରେ ଶୋଇବା ପୂର୍ବରୁ ହାଲକା ଏବଂ ନିଜ ପସନ୍ଦର ଗୀତ ଶୁଣନ୍ତୁ ।

ଶୋଇବା ପୂର୍ବରୁ ଉଷୁମ ପାଣିରେ ହାତ, ଗୋଡ, ମୁଁହକୁ ଭଲଭାବରେ ଧୂଅନ୍ତୁ । ଏହା ଦ୍ୱାରା ଆପଣଙ୍କୁ ଆରାମ ମିଳିଥାଏ । ରାତିରେ କେତେବେଳେ ବି ଶୁଅନ୍ତୁ କିନ୍ତୁ ସକାଳୁ ଉଠିବାର ଗୋଟିଏ ଟାଇମ ଫିସ୍କ କରନ୍ତୁ । ଯାହା ଫଳରେ ଏହା ଆପଣଙ୍କ ଦୈନଦିନ ଜୀବନକୁ ପ୍ରଭାବିତ କରିବ । ଏହା ଦ୍ୱାରା ଆପଣଙ୍କୁ ଦିନ ସାରା ଖୁବ ସମୟ ମିଳିବ ଯାହା ଫଳରେ ଆପଣ ଅନ୍ୟ କୌଣସି କାମ କରିପାରିବେ । ପ୍ରତ୍ୟେକ ମଣିଷ ଦିନ ସାରା କାମ କରିଥାଏ । ରାତିରେ ଭଲରେ ବା ଗଭୀର ନିଦରେ ଶୋଇବା ନିହାତି ଆବଶ୍ୟକ । ଯଦି ଶୋଇବା ଠିକ ଭାବରେ ହୋଇ ନଥାଏ ତେବେ ଆପଣ ଦିନ ସାରା ଅଳସୁଆ ଅନୁଭବ କରନ୍ତି ।

Get real time updates directly on you device, subscribe now.