fbpx

ବେରୁତ ବିମାନବନ୍ଦରରେ ବିମାନଟି ଲ୍ୟାଣ୍ଡିଂ ହେବା ମାତ୍ରେ ହେଲା ବଡ଼ ବିସ୍ଫୋରଣ, ଲେବାନନରେ ଇସ୍ରାଏଲର ଆକ୍ରମଣ ଜାରି

ଲେବାନନର ରାଜଧାନୀ ବେରୁତ ବିମାନବନ୍ଦର ନିକଟରେ ଶୁକ୍ରବାର ଏକ ବଡ଼ ବିସ୍ଫୋରଣ ବିଷୟରେ ସୂଚନା ସାମ୍ନାକୁ ଆସିଛି । ଏଜେନ୍ସି ଅନୁଯାୟୀ ବେରୁତ ବିମାନବନ୍ଦରରେ ବିମାନଟି ଲ୍ୟାଣ୍ଡିଂ କରିବାର କିଛି ମିନିଟ ପରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା ।

ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ବିମାନବନ୍ଦର ଚାରିପାଖରେ ଧୂଆଁ ଆକାଶ ଆଡକୁ ଉଠୁଥିବାର ଦେଖାଯାଇଥିଲା । ବେରୁତ ବିମାନ ବନ୍ଦରରେ ଅବତରଣ କରୁଥିବା ବିମାନ (ମିଡିଲ ଇଷ୍ଟ ଏୟାରଲାଇନ୍ସ ଏମଇ୪୨୯) ଦୁବାଇରୁ ଆସିଥିଲା ।
ତେବେ ବିସ୍ଫୋରଣ ବିମାନବନ୍ଦର ଭିତରେ ଘଟି ନଥିଲା, କିନ୍ତୁ ବିମାନବନ୍ଦରଠାରୁ ୬.୮ କିଲୋମିଟର ଉତ୍ତର-ପଶ୍ଚିମ ସିନ୍ ଏଲ୍ ଫିଲ୍ ଠାରୁ ଦୃଶ୍ୟମାନ ହୋଇଥିଲା । ବିମାନ ବନ୍ଦରରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର କୌଣସି ନିଶ୍ଚିତତା ହୋଇନାହିଁ ।

ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ :-

ଯୁଦ୍ଧ ମଧ୍ୟରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବ । ଏହାର କାରଣ ହେଉଛି ଶୁକ୍ରବାର ଦିନ ହିଜବୁଲ ମୁଖ୍ୟ ନାସରାଲ୍ଲାଙ୍କ ଅନ୍ତିମ ସଂସ୍କାର କରାଯିବ । ସେହି ନାସରାଲ୍ଲା, ଯାହାର ମୃତ ଦେହ ବିଷୟରେ ଏବେବି ସନ୍ଦେହ ରହିଛି । କିନ୍ତୁ ଏହା ନିଶ୍ଚିତ ଯେ ଶୁକ୍ରବାର ଦିନ ନାସରାଲ୍ଲାଙ୍କ ଅନ୍ତିମ ସଂସ୍କାର କରାଯିବ । ଏହି ଦିନ ଉପରେ ବିଶ୍ୱର ସମସ୍ତ ଦେଶ ନଜର ରଖିବାକୁ ଯାଉଛନ୍ତି କାରଣ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇ ତେହେରାନରେ ଭାଷଣ ଦେବାକୁ ଯାଉଛନ୍ତି । ନାସରାଲ୍ଲାଙ୍କ ମୃତ୍ୟୁ ପରେ ଖାମେନେଇଙ୍କୁ ଏକ ଗୁପ୍ତ ସ୍ଥାନକୁ ନିଆଯାଇଥିଲା । ଏହା ପରେ ଖାମେନେଇ ପ୍ରଥମ ଥର ପାଇଁ ସାମ୍ନାକୁ ଆସିବାକୁ ଯାଉଛନ୍ତି ।

Get real time updates directly on you device, subscribe now.